ରାଜଧାନୀ ରାତିରେ ଭୂତଙ୍କୁ ବୁଲିବାକୁ କମିଶନରେଟ ପୁଲିସର ଅନୁମତି ! ଟ୍ୱିଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କେବଳ ବୁଲିପାରିବେ ଭୂତ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେବଳ ଭୂତ ବୁଲିବା ନେଇ ଦିଆଯାଇଛି ଅନୁମତି। କମିଶନରେଟ ପୁଲିସର ଏମିତି ଏକ ଟ୍ୱିଟ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ମେ ୪ରୁ ଲକ୍‌ଡାଉନ୍‌ ୩.୦କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଟ୍ୱିଟ୍‌ ମାଧ୍ୟମରେ ଲୋକଙ୍କୁ ଏମିତି ଏକ ଶନ୍ଦେସ ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, କେବଳ ସନ୍ଧ୍ୟା ୭ଟାରୁ ସକାଳ […]

Ghost

Tapas Behera
  • Published: Wednesday, 06 May 2020
  • , Updated: 06 May 2020, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କେବଳ ବୁଲିପାରିବେ ଭୂତ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେବଳ ଭୂତ ବୁଲିବା ନେଇ ଦିଆଯାଇଛି ଅନୁମତି। କମିଶନରେଟ ପୁଲିସର ଏମିତି ଏକ ଟ୍ୱିଟ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ମେ ୪ରୁ ଲକ୍‌ଡାଉନ୍‌ ୩.୦କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଟ୍ୱିଟ୍‌ ମାଧ୍ୟମରେ ଲୋକଙ୍କୁ ଏମିତି ଏକ ଶନ୍ଦେସ ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେବଳ ଭୂତଙ୍କୁ ବୁଲିବାକୁ ଅନୁମତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଆପଣ ନୁହନ୍ତି।

ତେବେ କରୋନା ପାଇଁ ଲୋକଙ୍କୁ ଏମିତି ଏକ କୌତୁହଳ ଢଙ୍ଗରେ ଚେତାବନୀ ବାର୍ତ୍ତାଦିଆଯାଇଥିବା ବେଳେ ଅନେକ ରି-ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ଚନ୍ଦନ ପାଇକ୍ ରାୟ ନାମକ ଜଣେ ଯୁବକ ଲେଖିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକ ଏବଂ ମୁଁ ଭୂତ ନୁହେଁ। ପୁଷ୍ପାଞ୍ଚଳି କର ନାମକ ଜଣେ ଟ୍ୱିଟର ବ୍ୟବହାରୀ ଲେଖିଛନ୍ତି ଯେ, ଆପଣ କେବେ ସନ୍ଧ୍ୟା ୭ଟା ପରେ ଏବଂ ସକାଳ ୭ଟା ପୂର୍ବରୁ ଭୂତଙ୍କୁ ଦେଖିଛନ୍ତି କି ? ରବିନାରାୟଣ ନାୟକ ରି-ଟ୍ୱିଟ କରି ଲେଖିଛନ୍ତି ଯେ, ଆଇନରେ ଯୋଡ଼ି ହେଲାକି ଭୂତ।

ସୂଚନା ଅନୁଯାୟୀ, କରୋନା ପାଇଁ ଭୁବନେଶ୍ୱରକୁ ରେଡଜୋନ୍‌ରେ ସ୍ଥାନ ପାଇଛି। ଲକ୍‌ଡାଉନ୍‌ ୩.୦ ନିୟମ ଅନୁଯାୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ବାରଣ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସହ ସେବାରେ ନିୟୋଜିତ କର୍ମଚାରୀ ହିଁ ଯିବା ଆସିବା କରିପାରିବେ । ଅତ୍ୟାବଶକୀୟ କାମ ନ ଥାଇ ଲୋକେ ବାହାନା କରି ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ  କହିଥିଲେ । ଟ୍ୱିଟ୍ ଯୋଗେ ସେ ଟ୍ୱିନ୍ ସିଟିର ସମସ୍ତ ବାସିନ୍ଦାଙ୍କୁ ଏହି ନିବେଦନ କରିଥିଲେ।

 

Related story