‘ଦଲାଲି କାରବାରରେ AIIMS କର୍ମଚାରୀଙ୍କ ସଂପୃକ୍ତି ସୂଚନା ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର AIIMSରେ ଦଲାଲଙ୍କ ପ୍ରାଦୁର୍ଭାବ ରହିଛି। ଦଲାଲମାନେ ବାହାରେ ଟିକେଟ ବିକୁଛନ୍ତି। ଲୋକଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ଦଲାଲି କାରବାରରେ AIIMS କର୍ମଚାରୀଙ୍କ ସଂପୃକ୍ତି ସୂଚନା ନାହିଁ। AIIMS କର୍ମଚାରୀଙ୍କ ସଂପୃକ୍ତି ଜଣାପଡ଼ିଲେ ଦୃଢ କାର୍ଯ୍ୟାଷ୍ଠାନ ନିଆଯିବ। ଏନେଇ ସୂଚନା ଦେଇଛି AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ। ଆଜି ଭୁବନେଶ୍ୱର AIIMSରୁ ୧୩ ଜଣ ଦଲାଲ ଧରା ଯାଇଥିଲା। ଭୁବନେଶ୍ୱର ଏମ୍‌ସକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ରୋଗୀ ଆସୁଛନ୍ତି। ଟୋକନ […]

Prof(Dr)-Ashutosh-Biswas

  • Published: Friday, 04 November 2022
  • , Updated: 04 November 2022, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର AIIMSରେ ଦଲାଲଙ୍କ ପ୍ରାଦୁର୍ଭାବ ରହିଛି। ଦଲାଲମାନେ ବାହାରେ ଟିକେଟ ବିକୁଛନ୍ତି। ଲୋକଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ଦଲାଲି କାରବାରରେ AIIMS କର୍ମଚାରୀଙ୍କ ସଂପୃକ୍ତି ସୂଚନା ନାହିଁ। AIIMS କର୍ମଚାରୀଙ୍କ ସଂପୃକ୍ତି ଜଣାପଡ଼ିଲେ ଦୃଢ କାର୍ଯ୍ୟାଷ୍ଠାନ ନିଆଯିବ। ଏନେଇ ସୂଚନା ଦେଇଛି AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ। ଆଜି ଭୁବନେଶ୍ୱର AIIMSରୁ ୧୩ ଜଣ ଦଲାଲ ଧରା ଯାଇଥିଲା।

ଭୁବନେଶ୍ୱର ଏମ୍‌ସକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ରୋଗୀ ଆସୁଛନ୍ତି। ଟୋକନ ପାଇଁ ରାଗୀଙ୍କ ସମ୍ପର୍କୀୟଙ୍କୁ ରାତି ସାରା ଅନିଦ୍ରା ହେବାକୁ ପଡ଼ୁଛି। ଘଣ୍ଟାଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ଭାଗ୍ୟରେ ଥିଲେ ଟୋକନ ମିଳିବ ଓ ଡାକ୍ତରଙ୍କୁ ଦେଖାଇପାରିବେ। ନହେଲେ ନିରାଶ ହୋଇ ଫେରିବାକୁ ପଡ଼ିବ। ଏହାର ସୁଯୋଗ ନେଇ ଦଲାଲମାନେ କାୟା ବିସ୍ତାର କରୁଛନ୍ତି। ଦଲାଲମାନେ ଆଗୁଆ ଟୋକନ୍‌ ନେଇ ଯାଉଛନ୍ତି। ଆଉ ସେହି ଟୋକନ୍‌କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଟୋକନ୍‌ ପିଛା  ରୋଗୀଙ୍କଠାରୁ ୪ରୁ ୫ ହଜାର ଟଙ୍କା ଆଦାୟ କରୁଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ।

ଏମ୍‌ସରେ ଦଲାଲ ସକ୍ରିୟ ଥିବା ନେଇ ବାରମ୍ୱାର ଅଭିଯୋଗ ହେଉଥିଲା। ଅଭିଯୋଗକୁ ଭିତ୍ତିକରି ଆଜି କମିଶନରେଟ୍‌ ପୁଲିସ୍‌ ସ୍ପେଶାଲ୍‌ ଡ୍ରାଇଭ୍‌ କରିଥିଲା। ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହୋଇ ଟୋକନ୍‌ ମିଳୁଥିବା ଲନ୍‌ରେ ଘୂରି ବୁଲୁଥିଲେ। ଏହି ସମୟରେ ଲାଇନ୍‌ରେ ଛିଡ଼ା ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଦଲାଲମାନେ ମୁଲଚାଲ୍‌ କରୁଥିଲେ। ଏହା ଦେଖି ସାଦା ପୋଷାକରେ ସେଠାରେ ଉପସ୍ଥିତ ଥିବା ପୁଲିସ୍‌ ସେମାନଙ୍କୁ ଭିତରୁ ଜଣକୁ କାବୁ କରି ନେଇଥିଲା। ତେବେ ଅନ୍ୟ ଦଲାଲମାନେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ତେବେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲା। ମୋଟ୍‌ ୧୩ ଜଣ ଦଲାଲଙ୍କୁ ଖଣ୍ଡଗିରି ଥାନା ପୁଲିସ୍‌ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ପୁଲିସ 419, 420, 294, 353, 506, 34 ipc ଭଳି ଦଫା ଲଗାଇଛି। ଆଗାମୀ ଦିନରେ ଏପରି ଚଢ଼ଉ ହେବ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି।

Related story