ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ। ଆରମ୍ଭ ହୋଇଛି କମିଶନରେଟ୍ ପୁଲିସର ସ୍ପେଶାଲ ଡ୍ରାଇଭ୍। ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି। ରାତିରେ ପୁଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ପରଖିଥିଲେ।
କ୍ୟାପିଟାଲ ଥାନା ପୁଲିସ ୟୁନିଟ୍-୬ର ବସ୍ତି ଅଞ୍ଚଳ, ଲକ୍ଷ୍ମୀସାଗର ପୁଲିସ ହଳଦିପଡିଆ ଓ ଝାରପଡ଼ାର ବସ୍ତି, ଖାରବେଳନଗର ଥାନା ପୁଲିସ ଶାନ୍ତିନଗର ଓ ମାଳିସାହି ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। କେଉଁଠି ବେଆଇନ୍ ଭାବେ ଦେଶି ମଦ ରନ୍ଧା ହେଉଛି କି , ଅଯଥାରେ ଖଟି ହେଉଛି କିମ୍ବା ନିଶା କାରବାର ଚାଲିଛି କି, ତାର ଯାଞ୍ଚ କରିଥିଲେ ଏସିପି।
ଯଦି କେହି ଧରା ପଡନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ଲଗାତର ରେଡ୍ ଚାଲିଛି ବୋଲି ପୁଲିସ କହିଛି। ରାଙ୍କ ଅଫିସରଙ୍କ ନେତୃତ୍ୱରେ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ୍ରେ ଥାନା ଆଇଆଇସି ଓ ଏସ୍.ଆଇ ମାନେ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି; କିଛି ଗଲେ, କିଛି ଆସିଲେ
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।