କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ ବିରୋଧ

ଭୁବନେଶ୍ୱର: ନୂତନ ନିଯୁକ୍ତିକୁ ବିରୋଧ କରି କମ୍ପ୍ୟୁଟର ଶିକ୍ଷକମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଆଜି ଭୁବନେଶ୍ୱର ଇନ୍ଫେ।ସିଟି ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷାକୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସ୍କୁଲ କୋ-ଅର୍ଡିନେଟରମାନେ ବିରୋଧ କହିଥିଲେ। ଗେଟ୍ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଣ୍ଠେଇ ପରୀକ୍ଷା ଦେବାକୁ ଆସିଥିବା ଯୁବକ ଯୁବତୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ଯେଉଁ କମ୍ପାନୀ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉନାହିଁ, ସେହି କମ୍ପାନୀ ସେମାନଙ୍କୁ କିଭଳି ନିଯୁକ୍ତି […]

computer teacher

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 01:27 PM IST

ଭୁବନେଶ୍ୱର: ନୂତନ ନିଯୁକ୍ତିକୁ ବିରୋଧ କରି କମ୍ପ୍ୟୁଟର ଶିକ୍ଷକମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଆଜି ଭୁବନେଶ୍ୱର ଇନ୍ଫେ।ସିଟି ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷାକୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସ୍କୁଲ କୋ-ଅର୍ଡିନେଟରମାନେ ବିରୋଧ କହିଥିଲେ। ଗେଟ୍ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଣ୍ଠେଇ ପରୀକ୍ଷା ଦେବାକୁ ଆସିଥିବା ଯୁବକ ଯୁବତୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ଯେଉଁ କମ୍ପାନୀ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉନାହିଁ, ସେହି କମ୍ପାନୀ ସେମାନଙ୍କୁ କିଭଳି ନିଯୁକ୍ତି ଦେବ ବୋଲି ସେମାନେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଜଣାଉଥିବା ଦେଖିବାକୁ ମିଳିଥିଲା।

ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ସମୟ ଧରି ଆଣ୍ଠେଇବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ଆଖି ଆଗରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରୀକ୍ଷା ଦେଉଥିବା ଯୁବକ ଯୁବତୀମାନେ ମଧ୍ୟ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବିକୁ ସମର୍ଥନ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story