ଛାତ୍ରଙ୍କୁ ଶାରୀରିକ ନିର୍ଯାତନା: କମ୍ପ୍ୟୁଟର ଶିକ୍ଷକ ଗିରଫ

ରାୟଗଡ଼ା: ଜଣେ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଘଟଣାରେ ରାୟଗଡାରେ ଥିବା ବଚପନ ଇଂଲିଶ ମିଡିୟମ ସ୍କୁଲର କମ୍ପ୍ୟୁଟର ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉଦୟ କୁମାର। ଅନ୍ୟପକ୍ଷରେ ଅଭିଯୁକ୍ତ ଜଣଙ୍କ କେତେଦିନ ଡେବ ଏପରି ଅନୈତିକ କାମ କରୁଥିଲେ ଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ସେ ନେଇ ରାୟଗଡା ଟାଉନ ଥାନା ପୋଲିସ ସ୍କୁଲକୁ ଯାଇ ଅନୁଧ୍ୟାନ କରିଛି। ଏପରି ଘଟଣା […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 07:09 PM IST

ରାୟଗଡ଼ା: ଜଣେ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଘଟଣାରେ ରାୟଗଡାରେ ଥିବା ବଚପନ ଇଂଲିଶ ମିଡିୟମ ସ୍କୁଲର କମ୍ପ୍ୟୁଟର ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉଦୟ କୁମାର।

ଅନ୍ୟପକ୍ଷରେ ଅଭିଯୁକ୍ତ ଜଣଙ୍କ କେତେଦିନ ଡେବ ଏପରି ଅନୈତିକ କାମ କରୁଥିଲେ ଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ସେ ନେଇ ରାୟଗଡା ଟାଉନ ଥାନା ପୋଲିସ ସ୍କୁଲକୁ ଯାଇ ଅନୁଧ୍ୟାନ କରିଛି।

ଏପରି ଘଟଣା ପଦାକୁ ଆସିବା ପରେ ଆଜି ସ୍କୁଲ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଭାବକମାନେ ସ୍କୁଲ ନିର୍ଦ୍ଦେଶିକାଙ୍କୁ ଘେରିବା ସହ ଘଟଣା ସଂପର୍କରେ କାହିଁକି ଅବଗତ ନଥିଲେ ବୋଲି ପ୍ରଶ୍ନ କରିଥିଲେ।

କମ୍ପ୍ୟୁଟର ଶିକ୍ଷକ ଜଣଙ୍କ ଛାତ୍ରଙ୍କୁ ୬ ମାସରୁ ଅଧିକ ସମୟ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ଥାନାରେ ଏକ ମାମଲା ରୁଜୁ କରିଥିଲେ।

Related story