କ୍ୟାବିନେଟ ପ୍ରସ୍ତାବକୁ ନିନ୍ଦା, ଖାଲି କଥା ନୁହେଁ କାମରେ ହେଉ: ଉତ୍କଳ ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଲାଭ କରିଥିବା କେତେକ ପ୍ରସ୍ତାବକୁ ଉତ୍କଳ ସମ୍ମିଳନୀ ନିନ୍ଦା କରିବା ସହ ସରକାରୀ ନିଷ୍ପତ୍ତି କେବଳ କଥାରେ ନୁହେଁ, କାମରେ ହେଉ ବୋଲି ଦାବି କରିଛି। ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜ କହିଛନ୍ତି ଯେ, ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ସରକାରୀ ବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ କରାଯିବାର ବ୍ୟବସ୍ଥା ନିମନ୍ତେ କମିଟି ଗଠନ, ରାଜ୍ୟର […]

secretariat-odisha

Tapas Behera
  • Published: Monday, 28 December 2020
  • , Updated: 28 December 2020, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଲାଭ କରିଥିବା କେତେକ ପ୍ରସ୍ତାବକୁ ଉତ୍କଳ ସମ୍ମିଳନୀ ନିନ୍ଦା କରିବା ସହ ସରକାରୀ ନିଷ୍ପତ୍ତି କେବଳ କଥାରେ ନୁହେଁ, କାମରେ ହେଉ ବୋଲି ଦାବି କରିଛି।
ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜ କହିଛନ୍ତି ଯେ, ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ସରକାରୀ ବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ କରାଯିବାର ବ୍ୟବସ୍ଥା ନିମନ୍ତେ କମିଟି ଗଠନ, ରାଜ୍ୟର ବିଦ୍ୟାଳୟରେ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀଗୁଡ଼ିକରେ ବରପୁତ୍ରମାନଙ୍କ ବିଷୟରେ ପାଠ୍ୟକ୍ରମରେ ସ୍ଥାନିତ କରାଯିବ, ସରପଂଚଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦେବା ଇତ୍ୟାଦି ଶୁଣିବାକୁ ଭଲ ଲାଗୁଥିବା ଭଳି ବହୁ ପ୍ରସ୍ତାବ ଗୃହୀତ କରି ଏଗୁଡ଼ିକ ଐତିହାସିକ ପଦକ୍ଷେପ ବୋଲି ଚିତ୍ରଣ କରାଯାଉଛି।

ଏ ସଂକ୍ରାନ୍ତରେ ଉତ୍କଳ ସମ୍ମିଳନୀର ନିର୍ଦ୍ଦିଷ୍ଟ ମତ ହେଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପାରିତ ହୋଇଥିବା ସଂଶୋଧିତ ଓଡ଼ିଆ ଭାଷା ଆଇନ କାର୍ଯ୍ୟକାରୀ କରାଯାଇ ସରକାରୀ କାର୍ଯ୍ୟାଳୟ ନଥିରେ ଓଡ଼ିଆ ଭାଷା ଲେଖାନଯିବା ଅଥବା ଯେଉଁମାନେ ଏହାର ଖିଲାପ କରୁଛନ୍ତି ସେମାନଙ୍କୁ ଦଣ୍ଡ ନଦେବା ଉକ୍ତ ଆଇନର ଉଦ୍ଦେଶ୍ୟକୁ ଖତଗଦାକୁ ଫିଙ୍ଗି ଦେଇଛି। ବ୍ୟବସାୟ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକଗୁଡ଼ିକ ଓଡ଼ିଆ ଭାଷାରେ ଲେଖୁନଥିବା ଖିଲାପକାରୀଙ୍କ ପାଇଁ ଅର୍ଥ ଦଣ୍ଡର ପରିମାଣ ବୃଦ୍ଧି କରାଯାଇଥିଲେ ମଧ୍ୟ ଉଲ୍ଲଘଂନକାରୀମାନେ ଏହାକୁ ଫୁ’ କରି ଦେଇଛନ୍ତି। ଏ ସମ୍ପର୍କରେ ସରକାର ନିରବ ରହିଛନ୍ତି। ତେଣୁ ଏହି ସବୁ ଆଇଡ଼ କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ପାରିବାପଣିଆ ଓ ଏଗୁଡ଼ିକୁ ଐତିହାସିକ ବୋଲି ଘୋଷଣା ରାଜ୍ୟବାସୀଙ୍କ ନିକଟରେ ଏହାର ମୂଲ୍ୟାଙ୍କନ କରିସାରିଛି।
ଏହି ଦୃଷ୍ଟିରୁ ସରକାର କେବଳ ଆଇନ ତିଆରି କରି ଆତ୍ମସନ୍ତୋଷ ଲାଭ କରିବା ସହ ଏଗୁଡ଼ିକୁ ଆଲମିରାରେ ସାଇତି ରଖିବା ପରିବର୍ତ୍ତେ ଏହାର ପ୍ରୟୋଗ କିପରି ହେବ ସେଥିପ୍ରତି ଦୃଷ୍ଟି ଦେଲେ ନିଶ୍ଚିତ ପ୍ରଂଶସାର ପାତ୍ର ହେବେ ବୋଲି ଶ୍ରୀ ପ୍ରହରାଜ କହିଛନ୍ତି।

Related story