ବିଜେଡି ଓ କଂଗ୍ରେସ କର୍ମୀଙ୍କ ଖଣ୍ଡଯୁଦ୍ଧ: ଦେଖନ୍ତୁ ଭିଡ଼ିଓ

ସାଲେପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ। ଏକ ବିଦ୍ୟୁତ ସବ୍‌ଷ୍ଟେସନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କର୍ମୀମାନେ ପରସ୍ପରକୁ ମୁଥ ମାରୁଥିଲେ। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପୋଲିସ ସୂଚନା ଅନୁସାରେ ସବଷ୍ଟେସନ ଉଦ୍‌ଘାଟନ ଉତ୍ସବରେ ଶକ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହ ସ୍ଥାନୀୟ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଉପସ୍ଥିତ ଥିଲେ। ତେବେ କୌଣସି କାରଣକୁ ନେଇ ବିଜେଡି କର୍ମୀ ଓ ବିଧାୟକ ପ୍ରକାଶ ବେହେରାଙ୍କ ସମର୍ଥକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।