‘ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ କଥା ମନେ ପଡ଼େ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ । ଏପରି ସ୍ଥିତିରେ ରାଜନୈତିକ ପାଣିପାଗ ସରଗରମ ହେଉଥିବା ବେଳେ ସରକାରୀ ଘୋଷଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କଥା ମନେପଡ଼େ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ବିଜେପୁର ଉପନିର୍ବାଚନ ବେଳେ ଯାହା ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା […]

naveen-patnaik-1

naveen-patnaik-1

Niharika Rout
  • Published: Friday, 25 September 2020
  • Updated: 25 September 2020, 02:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ । ଏପରି ସ୍ଥିତିରେ ରାଜନୈତିକ ପାଣିପାଗ ସରଗରମ ହେଉଥିବା ବେଳେ ସରକାରୀ ଘୋଷଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କଥା ମନେପଡ଼େ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ବିଜେପୁର ଉପନିର୍ବାଚନ ବେଳେ ଯାହା ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ବିଜେଡିର ଓ ତାଙ୍କ ନେତାଙ୍କ ଚେହେରା ଲୋକେ ଜାଣିସାରିଲେଣି ।  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି କହିଛି ବିଜେପି।

ସେପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି  । ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଜଗତସିଂହପୁର ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ଡାକିବା ଘଟଣା ଭୋଟରଙ୍କୁ ଭୁତେଇବା ପାଇଁ  ଘୋଷଣା ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos