ବିଜେପି କହିଲା ମହାକାଳ ଫଳ, କଂଗ୍ରେସ କହିଲା ବଦଳିଗଲାଣି କି ଆଦର୍ଶର ସଂଜ୍ଞା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ପୁନେସ୍ଥିତ ‘ଏମ୍ଆଇଟି ଓ୍ୱାଲର୍ଡ ପିସ୍ ୟୁନିଭରସିଟି’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଗ୍ରହଣ କରିବା ପରେ ଏହାକୁ ନେଇ ନାନା ପ୍ରକାର ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି କହିଛି,  ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଏକ ମହାକାଳ ଫଳ ପରି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି- ମହାକାଳ ଫଳ ଦେଖିବାକୁ ଖୁବ୍ ସୁନ୍ଦର, କିନ୍ତୁ ଭିତରେ ଦେଖିଲା ବେଳକୁ ଅଙ୍ଗାର। ଠିକ୍ ସେହିପରି ଏ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ।
ସେହିପରି ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରିପଦରୁ ବାହାର କରିବା ପ୍ରସଙ୍ଗରେ ପୀତାମ୍ବର କହିଛନ୍ତି- ‘ଦାମୋଦର ବାବୁ ବ୍ରାହ୍ମଣଙ୍କୁ ଭିକାରୀ କହିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଗଲା ବୋଲି କୁହାଗଲା। କିନ୍ତୁ ଦାମବାବୁ ନିଜ ମନ୍ତବ୍ୟ ପାଇଁ ନୁହେଁ, ବରଂ ସାରକିଣା ଦୁର୍ନୀତି ପ୍ରସଙ୍ଗ ଉଠାଇ ବଳି ପଡ଼ିଲେ। ବିନା ଟେଣ୍ଡରରେ ହୋଇଥିବା ସାର କିଣା ଦୁର୍ନୀତି ୩ୟ ମହଲା ପର୍ଯ୍ୟନ୍ତ ଲମ୍ବିଛି, ଏହାର ତଦନ୍ତ ହେଉ।’
ଏପଟେ ପୀତାମ୍ବରଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ବିଜେଡି। ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ଚୟନ କରିଥିବା ଚୟନକର୍ତ୍ତା ଜ୍ଞାନୀ ଓ ଗୁଣୀ ଲୋକ। ଚୟନକର୍ତ୍ତାଙ୍କ ମଧ୍ୟରେ ବିଜେପିର ନେତା ଓ ମାର୍ଗଦର୍ଶକ ଅଛନ୍ତି। ଫଡ଼ନାଭିସ୍, ବିନୟ ସହସ୍ର ବୁଦ୍ଧେ ଓ ମୁରଲୀ ମନୋହର ଯୋଶୀ ଚୟନକର୍ତ୍ତା। ପୀତାମ୍ବର ଆଚାର୍ଯ୍ୟ ସେମାନଙ୍କୁ ଫୋନ୍ କରି ବୁଝିଥିଲେ ଭଲ ହୋଇଥାନ୍ତା। ପୀତାମ୍ବର ବାବୁ ଏତିକି ଜାଣି ନପାରୁଥିଲେ ନିଜର ପଦତ୍ୟାଗ କରିବା ଉଚିତ୍।
ସେହିପରି କଂଗ୍ରେସ ମଧ୍ୟ ଏ ବାବଦରେ ନିଜ ପ୍ରତିକ୍ରିୟା ଦେଇଛି। ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ନେଇ ଦଳର ନେତା ଶରତ ରାଉତ କହିଛନ୍ତି- ‘ପୁରସ୍କାର ଦେଇଥିବା ସଂସ୍ଥା ଆଦର୍ଶର ସଂଜ୍ଞା ବଦଳାଇ ଦେଇଛି। ଓଡ଼ିଶାର ବାସ୍ତବିକ ଅବସ୍ଥା ଅନୁଶୀଳନ କରିନାହିଁ। କେଉଁ ମାପଦଣ୍ଡରେ ଆଦର୍ଶ ପୁରସ୍କାର ଦିଆଯାଇଛି ତାହା ପ୍ରଶ୍ନ ସୃଷ୍ଟି କରିଛି।’
Ordigital Desk
• Published: Monday, 22 January 2018
• Updated: 22 January 2018, 02:47 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos