ପ୍ରାର୍ଥୀ ଚୟନ ପାଇଁ ଓଡ଼ିଶା ଆସିବ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିିନିଂ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଚଳିତମାସ ଶେଷ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ଦେଇଥିବାବେଳେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ୧୩ତାରିଖରେ ଓଡ଼ିଶା ଗସ୍ତରେ ଆସିବ। ଦଳର ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ୍ ଓ ସଦସ୍ୟ ନୌଶାଦ ସୋଲାଙ୍କି ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ […]

Odisha-Congress-headquarters-Congress-Bhawan-e1484640510982-665x360

Manoranjan Sial
  • Published: Tuesday, 12 February 2019
  • , Updated: 12 February 2019, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଚଳିତମାସ ଶେଷ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ଦେଇଥିବାବେଳେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ୧୩ତାରିଖରେ ଓଡ଼ିଶା ଗସ୍ତରେ ଆସିବ।

ଦଳର ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ୍ ଓ ସଦସ୍ୟ ନୌଶାଦ ସୋଲାଙ୍କି ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉଭୟ ନେତା ଚଳିତମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। କମିଟି ସଦସ୍ୟ ଶ୍ରୀ ସୋଲାଙ୍କି ୧୩ ତାରିଖରେ ବ୍ରହ୍ମପୁର ଠାରେ ଆସିକା ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ, ୧୪ ତାରିଖରେ ନବରଙ୍ଗପୁର ଠାରେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ ତାରିଖରେ ଜୟପୁରଠାରେ କୋରାପୁଟ ଲୋକସଭା ଓ ଏହାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଗ୍ରହଣ କରିବେ।

Related story