ନବୀନଙ୍କ ନେତୃତ୍ୱରେ ଲଜ୍ଜାଜନକ ପ୍ରଦର୍ଶନ କରୁଛି ରାଜ୍ୟ ପୁଲିସ: କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପୁଲିସ ଲଜ୍ଜାଜନକ ପ୍ରଦର୍ଶନ କରୁଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ କଡ଼ା ସମାଲୋଚନା କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ସ୍ୱଚ୍ଛ ଶାସନରେ ପ୍ରଥମ ପୁରସ୍କାର ଗ୍ରହଣ […]

congress-23199999

congress-23199999

Manoranjan Sial
  • Published: Friday, 10 January 2020
  • Updated: 10 January 2020, 09:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପୁଲିସ ଲଜ୍ଜାଜନକ ପ୍ରଦର୍ଶନ କରୁଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ କଡ଼ା ସମାଲୋଚନା କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ସ୍ୱଚ୍ଛ ଶାସନରେ ପ୍ରଥମ ପୁରସ୍କାର ଗ୍ରହଣ କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ସମଗ୍ର ଦେଶରେ ସ୍ୱଚ୍ଛ ଶାସନ ଦେବାରେ ସର୍ବ ଶେଷରେ ଅଛନ୍ତି, ଯାହାକି ନ୍ୟାସନାଲ କ୍ରାଇମ୍ସ‍ ରେକର୍ଡ ବ୍ୟୁରୋ ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ ଦର୍ଶାଉଛି। ଶାସନରେ ସ୍ୱଚ୍ଛତା ଆଣିବା ନାଁରେ ସାମ୍ୱିଧାନିକ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ନିଜ ବ୍ୟକ୍ତିଗତ ସଚିବଙ୍କୁ ଫାଇଭ-ଟି ସଚିବ ଭାବେ ନିଯୁକ୍ତି ଦେବା ସହ ପ୍ରାଥମିକସ୍ତରରେ ନିଜ ଅଧିନରେ ଥିବା ଗୃହ ବିଭାଗକୁ ଏହାର ଅର୍ନ୍ତଭୁକ୍ତ କରିଥିଲେ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ନ୍ୟାସନାଲ କ୍ରାଇମ୍ଦ‍ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ତାଲିକାରେ ଜାତୀୟ ସ୍ତରରେ ହାରାହାରି ଦଣ୍ଡବିଧାନ ହାର ୪୯.୯% ଥିବାବେଳେ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିନରେ ଥିବା ଗୃହ ବିଭାଗ ଦୋଷୀକୁ ଦଣ୍ଡ ଦେବାରେ ସମଗ୍ର ଭାରତ ବର୍ଷରେ ଶେଷରେ ଅଛି। ଅର୍ଥାତ୫.୭% ଯାହା ଜାତୀୟ ହାରର ମାତ୍ର ୧୦ ପ୍ରତିଶତ ବୋଲି କଂଗ୍ରେସ ଅଭିଯୋଗ କରିଛି।

ତେବେ ଯେଉଁ ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଅପରାଧିମାନେ ଖସିଯିବାରେ ସଫଳ ହେଉଛନ୍ତି, କ’ଣ ପାଇଁ ଫାଇଭ-ଟି ସଚିବ ସେହି ପୁଲିସ ଅଧିକାରୀଙ୍କ ଯୋଗ୍ୟତା ମାପିବାରେ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଶ୍ରୀ ନାୟକ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉ ର ରଖନ୍ତୁ। ସରକାରଙ୍କୁ ଟାର୍ଗେଟ କରିବା ସହ ୨୦ ବର୍ଷର ବିଜେଡି ଶାସନ କାଳରେ ଅଧିକାଂଶ ଅପରାଧରେ ବିଜେଡି କର୍ମୀ ଓ ନେତା ଉକ୍ତ ଅଭିଯୁକ୍ତମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତଦନ୍ତକୁ କୋହଳ କରାଇ ସେମାନଙ୍କୁ ଖସାଇବାରେ ସଫଳ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ କୁମାର ମହାନ୍ତି, ନରେଶ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos