ରାଜ୍ୟରେ ଆଇନ ଅବାଟରେ ଯାଉଛି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଅପରାଧରେ ଶାସକ ବିଜେଡି ନେତା ଓ ମନ୍ତ୍ରୀମାନଙ୍କର ସମ୍ପୃକ୍ତିି ଯୋଗୁଁ ରାଜ୍ୟରେ ଆଇନ ସଂପୂର୍ଣ୍ଣ ଭାବେ ବାଟବଣା ହୋଇଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯାଉଛି ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ରାଜ୍ୟରେ ଆଇନ ଅବାଟରେ ଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯିବ […]

congress

  • Published: Friday, 06 May 2022
  • , Updated: 06 May 2022, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଅପରାଧରେ ଶାସକ ବିଜେଡି ନେତା ଓ ମନ୍ତ୍ରୀମାନଙ୍କର ସମ୍ପୃକ୍ତିି ଯୋଗୁଁ ରାଜ୍ୟରେ ଆଇନ ସଂପୂର୍ଣ୍ଣ ଭାବେ ବାଟବଣା ହୋଇଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯାଉଛି ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ରାଜ୍ୟରେ ଆଇନ ଅବାଟରେ ଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା' ବାଟରେ ଯିବ ବୋଲି କୁହନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିଜେଡିର ବରିଷ୍ଠ ନେତା ମନ୍ତ୍ରୀ ଓ ସାଧାରଣ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରନ୍ତି । ବୋଧହୁଏ ଶାସକ ବିଜେଡିର ନେତା, ମନ୍ତ୍ରୀମାନେ ଭାବନ୍ତି ଯେ, ଆଇନ ତା'ବାଟରେ ପଳେଇବ । ସେଥିପାଇଁ ବିଜେଡିର ନେତା, କର୍ମୀମାନେ ଅପରାଧ କରିବାକୁ ପଛାଉ ନାହାନ୍ତିି । ଆଉ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ପ୍ରଶାସନ ଏହି ଶାସକ ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କର ସମର୍ଥକ ପାଲଟିଥିବା ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନାରୀ ନିର୍ଯାତନା, ଧର୍ଷଣ, ହତ୍ୟା ଓ ନାବାଳିକା ନିର୍ଯାତନାରେ ଓଡ଼ିଶା ଦେଶରେ ସର୍ବାଗ୍ରେ ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ନାରୀ ନିର୍ଯାତନାରେ ଅପବାଦ ମୁଣ୍ଡାଇଛି ଓଡ଼ିଶା। ଏଥିଯୋଗୁଁ ବୋଧହୁଏ ରାଜ୍ୟ ସରକାରଙ୍କ ନାରୀ ପ୍ରତି ହେଉଥିବା ନିର୍ଯାତନା ମାମଲାରେ କେସ୍ ଦରଜ ନ କରିବାକୁ ପୁଲିସ୍ ପ୍ରଶାସନକୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ରାଜ୍ୟର ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ୍ ଏତଲାକୁ ଦରଜ କରିନଥିଲା । ଅନ୍ୟପଟେ ଶାସକ ଦଳର ବିଧାୟକଙ୍କ ବିରୋଧି ଯୌନ ଶୋଷଣ ମାମଲା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇପାରୁନାହିଁ ।

କୌଣସି ସଙ୍ଗୀନ ଦଫା ମାମଲାରେ ପୁଲିସ୍ ଏତଲା ପଞ୍ଜିକରଣ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ, ହତ୍ୟା, ମହିଳା ଓ ଶିଶୁ ନିର୍ଯାତନା, ଅପହରଣ ମାମଲାରେ ମଧ୍ୟ ପୁଲିସ୍ ଜାଣିଶୁଣି ଅଭିଯୋଗଗୁଡ଼ିକର ପଞ୍ଜିକରଣ କରୁନାହିଁ, ଯାହା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମାର ଖୋଲା ଉଲଘଂନ । ମହିଳା ସଶକ୍ତିକରଣର ନାରା ଦେଉଥିବା ରାଜ୍ୟ ସରକାର ପ୍ରକୃତରେ ମହିଳାଙ୍କୁ ଶୋଷଣ କରୁଛି । ମମିତା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି, ବେବିନା ଭଳି ବହୁ ଯୁବତୀଙ୍କୁ ହତ୍ୟା କରାଯାଉଛି ଏବଂ ଏ ଘଟଣାର ହତ୍ୟାକାରୀମାନେ ଆଇନର ପରିଧି ଭିତରେ ଆସୁନାହାନ୍ତିି । ପ୍ରତ୍ୟେକ ଅପରାଧ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଶାସକ ବିଜେଡିର ନେତାମନ୍ତ୍ରୀ, ପ୍ରଶାସନ ଓ ପୁଲିସ୍‌ର ଆଶୀର୍ବାଦ ଥିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାସ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

Related story