କଂଗ୍ରେସର ଦାବି, ଦିବ୍ୟଶଙ୍କରଙ୍କ ବିରୋଧରେ ଲାଗୁ ହତ୍ୟା ଷଡ଼ଯନ୍ତ୍ର ଦଫା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ  ନିର୍ଭୟା କାଣ୍ଡ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ।  ଏହି ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା ୧୨୦-ବି (ହତ୍ୟା ଷଡ଼ଯନ୍ତ୍ର) ଦଫା ଲଗାଇ ମାମଲା ରୁଜୁ କରାଯାଉ। ଆଜି  ମମିତାଙ୍କ ପରିବାରକୁ ଭେଟିବା ପରେ ଏପରି କହିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା। ସେ କହିଛନ୍ତି, ଓଡ଼ିଶାର […]

Randeep-Surjewala

Tapaswini Nayak
  • Published: Thursday, 28 October 2021
  • , Updated: 28 October 2021, 02:13 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ  ନିର୍ଭୟା କାଣ୍ଡ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ।  ଏହି ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା ୧୨୦-ବି (ହତ୍ୟା ଷଡ଼ଯନ୍ତ୍ର) ଦଫା ଲଗାଇ ମାମଲା ରୁଜୁ କରାଯାଉ। ଆଜି  ମମିତାଙ୍କ ପରିବାରକୁ ଭେଟିବା ପରେ ଏପରି କହିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା।

ସେ କହିଛନ୍ତି, ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଅଭିଯୁକ୍ତଙ୍କ ସହ ରହି ଷଡ଼ଯନ୍ତ୍ର କରିଥିଲେ। ସେ ଦୋଷୀଙ୍କୁ ସୁରକ୍ଷା ଦେଉଥିଲେ। ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ। ଯଦି ଯେ ନିଜ ଗାଦିରେ ରହି ପୁଲିସର କାର୍ଯ୍ୟକୁ ସୁପରଭାଇଜ କରିବେ, ତା’ହେଲେ ଦୋଷୀକୁ ଦଣ୍ଡ କିଏ ଦେବ?  ଏଠି ରକ୍ଷକ ହେଉଛି ଭକ୍ଷକ। ଏଠି ଯେ ଆଇନକୁ ରକ୍ଷା କରିବା କଥା, ସେ ଆଇନକୁ ଭାଙ୍ଗୁଛି। ସେଥିପାଇଁ ତାଙ୍କୁ ଶୀଘ୍ର ବହିଷ୍କାର କରାଯାଉ।

କଂଗ୍ରେସର ଏହି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି, ଆଜି ଆମେ ମମିତାଙ୍କ ପରିବାରରେ ସୃଷ୍ଟି ହୋଇଥିବା ଘା’ ଉପରେ ମଲମ ଲଗାଇବାକୁ ଆସିଛୁ। ଏହି ଘା’ କେବଳ ମମିତା ପରିବାରରେ ନୁହେଁ, ଏହି ଘା’ ଓଡ଼ିଶା ଓ ଭାରତର ଆତ୍ମା ଉପରେ ସୃଷ୍ଟି ହୋଇଛି। ମମିତାଙ୍କ ବେମାର ମା’ବାପା ନ୍ୟାୟ ପାଇଁ ଦୌଡୁ ଥିବା ବେଳେ ହତ୍ୟାକାରୀ ଓ ଗୁଣ୍ଡାମାନେ ସିଂହାସନ ଉପରେ ବସିଛନ୍ତି।

ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଦୁର୍ଭାଗ୍ୟର କଥା ଯେ ଜଗନ୍ନାଥଙ୍କର ପବିତ୍ର ଭୂମି ଓଡ଼ିଶାକୁ ବିଜୁ ଜନତା ଦଳ ଅପରାଧ ପ୍ରଦେଶରେ ପରିଣତ କରି ଦେଇଛି।  ଏହି ହତ୍ୟାକାଣ୍ଡ ପରେ ଓଡ଼ିଶାର ଝିଅମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାରସହ କାନ୍ଧ ମିଳାଇ ଲଢ଼େଇ କରିବୁ।

ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରାଯାଉ। ଦୋଷୀକୁ ଫାଶୀ ମିଳୁ। ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦୋଷୀକୁ ଫାଶୀ ଦିଆଯାଉ। ସେହିଭଳି ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ତାଙ୍କ ଭାଇକୁ ଚାକିରି ମିଳୁ ବୋଲି ସେ ଦାବି କରିଛନ୍ତି।

ଆଜି ଶ୍ରୀ ସୂର୍ଯ୍ୟେୱାଲାଙ୍କ ସହିତ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରମୁଖ କଣ୍ଟାବାଞ୍ଜିର ଝରଣୀ ଗାଁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ଅନ୍ୟପକ୍ଷରେ ମମିତାଙ୍କ ପରିବାରକୁ ଭେଟିବା ପୂର୍ବରୁ ରଣଦୀପ ସୂର୍ଯ୍ୟେୱାଲା ଉତ୍ତର ପ୍ରଦେଶର ଲଖିମପୁର ଖେରୀ ହିଂସାକାଣ୍ଡର ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ୍ କରିଥିଲେ। ଉଭୟ ଘଟଣାରେ ବିଜେପି କାହିଁକି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ସେ ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ।

 

 

Related story