ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବୁଧବାର ଦିଲ୍ଲୀ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଆଲୋଚନା ଲାଗି ଦିଲ୍ଲୀ ଡକାଇଛନ୍ତି ବାଲି ଚିରିଧରଙ୍କ ପୁଅ ଶିଶିର କହିଛନ୍ତି। ତେବେ ଗମାଙ୍ଗ ବାପ, ପୁଅ ବିଜେପିକୁ ଯିବାକୁ ଆଶାୟୀ ଥିବା ଜଣାପଡୁଛି। ଏହି ଗସ୍ତବେଳେ ଦିଲ୍ଲୀରେ ବିଜେପିର କିଛି କେନ୍ଦ୍ରୀୟ ନେତାଙ୍କୁ ସେମାନଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସିଧାସଳଖ ନ ହେଲେ ବି ପରୋକ୍ଷରେ ସୂଚନା ଦେଇଛନ୍ତି ଶିଶିର।ସେଠାରେ କାଲି ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଜଣାଇବୁ। ବିଶ୍ୱାସ ଅଛି ବିଜେପି ଆମକୁ ଗ୍ରହଣ କରିନେବ ବୋଲି ଶିଶିର କହିଛନ୍ତି।ଏହାସହ ଆସନ୍ତା ଦୁଇଦିନ ଭିତରେ ସେମାନେ କେଉଁ ଦଳକୁ ଯିବେ ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ବୋଲି ଶିଶିର କହିଛନ୍ତି।