ପିସିସି ଚୌକି କଳି: ଦିଲ୍ଲୀରେ ଡେରା ପକାଇଛନ୍ତି ନବ, ନିରଞ୍ଜନ, ପ୍ରଦୀପ ଓ ଚିରଞ୍ଜିବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ଚଉକିରୁ ହଟିବେ କି ପ୍ରସାଦ ହରିଚନ୍ଦନ? କାହା ମୁଣ୍ଡରେ ଲାଗିବ ପିସିସି ମୁକୁଟ? ନିରଂଜନ ପଟ୍ଟନାୟକ ନା ଆଉ କିଏ ? ଦୀର୍ଘ ଦିନ ଧରି ଲାଗିରହିଥିବା ପିସିସି ଚଉକି କଳି ଭିତରେ ଆଜି ପୁଣି ୪ ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।

ଆଜି ସମୟ ପୂର୍ବାହ୍ନ ପ୍ରାୟ ୧୧ଟା। ନୂଆଦିଲ୍ଲୀ ଯାଇଥିବା ୪ ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ନବ ଦାସ ଦଳୀୟ ମୁଖପାତ୍ର କମଳ ନାଥ ଏବଂ ଜିତେନ୍ଦ୍ର ସିଂଙ୍କ ସହ ଆଲୋଚନ କଲେ। ପାଖାପାଖି ୪୫ ମିନିଟ୍ ଧରି ଚାଲିଲା ରୁଦ୍ଧଦ୍ୱାର ବୈଠକ। ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ନିରଂଜନଙ୍କୁ ଛାଡ଼ି କମଳନାଥ ଓ ଜିତେନ୍ଦ୍ର ସିଂଙ୍କ ସହ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଗଲେ ଅନ୍ୟ ୩ ନେତା। ସେଠାରେ ପ୍ରାୟ ୨୦ ମିନିଟ୍ ଯାଏଁ ଚାଲିଲା ଆଲୋଚନା ଓ ପର୍ଯ୍ୟାଲୋଚନା। ଆଉ ସେଠାରୁ ବାହାରିବା ପରେ ନବ ଦାସ କହିଛନ୍ତି-“ବିଜେପୁର ନିର୍ବାଚନ ନେଇ ରାହୁଲଙ୍କ ସହ ଆଲୋଚନା ହୋଇଥିଲା।”

ବିଜେପୁର ଉପ ନିର୍ବାଚନ ପ୍ରସଙ୍ଗରେ ଯଦି ରାହୁଲଙ୍କ ସହ ଆଲୋଚନା ହେଲା, ତାହାହେଲେ ସାଙ୍ଗରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କାହିଁକି ନେଲେନି? ପିସିସି ଚଉକି ପାଇଁ ନିରଂଜନଙ୍କ ସପକ୍ଷରେ ଥିବା ଏହି ୩ ନେତା ବିଜେପୁର ବାହାନାରେ ପୁଣି ଥରେ ପିସିସି ନେତୃତ୍ୱ ପରିବର୍ତ୍ତନ ଦାବି ଉଠାଇ ନାହାଁନ୍ତି ତ? କାରଣ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ପିସିସି ନେତୃତ୍ୱ ପରିବର୍ତ୍ତନ ଦାବିରେ ନୂଆଦିଲ୍ଲୀରେ ମେଳି ହୋଇଥିଲେ ଦଳର କିଛି ବରିଷ୍ଠ ନେତା। ଆଉ ସେପଟେ ବିଜେପୁର ଭୋଟ ପୂର୍ବରୁ ଆଜିର ଏହି ଘନ ଘନ ବୈଠକ ପରେ ପ୍ରସାଦ କ୍ୟାଂପରେ କିନ୍ତୁ କମ୍ପନ ସୃଷ୍ଟି ହୋଇଛି।

ବର୍ତ୍ତମାନ ପାଇଁ କୌଣସି ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ କରାଯିବନି ବୋଲି ଗତ ୬ ତାରିଖରେ ରାହୁଲ ଗାନ୍ଧୀ ନିଷ୍ପତ୍ତି ଶୁଣାଇଥିଲେ। ଏହି ନିଷ୍ପତ୍ତି ପରେ ପ୍ରସାଦ ଆଣ୍ଡ କୋଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଥିଲା।

Ordigital Desk
• Published: Saturday, 27 January 2018
• Updated: 27 January 2018, 10:15 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos