ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖାଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉ ନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।</p> <p>ଚନ୍ଦ୍ରଶେଖରଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ ଓ ବିକ୍ରମ ପଣ୍ଡା ପ୍ରମୁଖ ଦଳରୁ ଇସ୍ତଫା ଦେଇଛନ୍ତି। ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା।</p>

Ordigital Desk
  • Published: Friday, 30 March 2018
  • Updated: 30 March 2018, 08:47 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖାଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉ ନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।</p><p>ଚନ୍ଦ୍ରଶେଖରଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ ଓ ବିକ୍ରମ ପଣ୍ଡା ପ୍ରମୁଖ ଦଳରୁ ଇସ୍ତଫା ଦେଇଛନ୍ତି। ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos