“ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ, ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ”

ନବରଙ୍ଗପୁର(ନବଘନ ବିଶୋୟୀ):“ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ।” ଏପରି ଭାବେ ହିଂସାକୁ ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ନିଜ କର୍ମୀଙ୍କୁ ଖୋଲାଖୋଲି ଭାବେ ଉସକାଉଛନ୍ତି ପ୍ରଦୀପ ।  ଏଥିନିମନ୍ତେ ସେ ଆଜି ଖୁଲମଖୁଲା ଏପରି କିଛି ଢଙ୍ଗରେ ମୋବାଇଲ୍‌ରେ  କର୍ମୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।   ଯାହାର ଭିଡିଓ ଏବେ ଭାଇରାଲ ହେବାରେ […]

pradip-1--1

Niharika Rout
  • Published: Thursday, 26 December 2019
  • , Updated: 26 December 2019, 01:47 PM IST

ନବରଙ୍ଗପୁର(ନବଘନ ବିଶୋୟୀ):“ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ।” ଏପରି ଭାବେ ହିଂସାକୁ ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।

ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ନିଜ କର୍ମୀଙ୍କୁ ଖୋଲାଖୋଲି ଭାବେ ଉସକାଉଛନ୍ତି ପ୍ରଦୀପ ।  ଏଥିନିମନ୍ତେ ସେ ଆଜି ଖୁଲମଖୁଲା ଏପରି କିଛି ଢଙ୍ଗରେ ମୋବାଇଲ୍‌ରେ  କର୍ମୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।   ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରଦୀପ ମାଝୀ ଖୋଲାଖୋଲି ଭାବେ ନିଜ ସମର୍ଥକମାନଙ୍କୁ ହିଂସାତ୍ମକ ଆଚରଣ ନିମନ୍ତେ ପ୍ରୋତ୍ସାହନ ଦେଉଥିବା ଶୁଣିବାକୁ ମିଳୁଛି ।

କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ୍‌ ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି। 

 

Related story