ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି: ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଆଜି ଗଣମାଧ୍ୟମରେ ସିଧାସଳଖ ଫାଇଭ-ଟି ସଚିବଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହାସହିତ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ସେ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି କରିଛନ୍ତି। ଶ୍ରୀ ରାଉତରାୟ ଗଣମାଧ୍ୟମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଘରେ […]

sura,,,

Tapas Behera
  • Published: Thursday, 17 December 2020
  • , Updated: 17 December 2020, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଆଜି ଗଣମାଧ୍ୟମରେ ସିଧାସଳଖ ଫାଇଭ-ଟି ସଚିବଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହାସହିତ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ସେ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି କରିଛନ୍ତି।
ଶ୍ରୀ ରାଉତରାୟ ଗଣମାଧ୍ୟମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଘରେ ଗୃହବନ୍ଦୀ କରି ରଖାଯାଇଛି। ତାଙ୍କୁ ତୁରନ୍ତ ଛାଡ଼ି ଦିଆଯାଉ। ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସି ରାଜ୍ୟର ଭଲମନ୍ଦ ଓ ଲୋକଙ୍କ ସୁଖଦୁଃଖ ବୁଝନ୍ତୁ। ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଓ ଲିଙ୍ଗରାଜ ମନ୍ଦିରକୁ ବୁଲେଇ ନିଆଯାଉଛି। କେବଳ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି ଯେ ମୁଖ୍ୟମନ୍ତ୍ରୀ ବଂଚିଛନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ସାମାଜିକ, ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିବା ସହ ୯ମାସ ମଧ୍ୟରେ ରାଜ୍ୟରେ କ’ଣ ବିକାଶ ହୋଇଛି ତା’ର ହିସାବ ମାଗିଛନ୍ତି। ରାଜ୍ୟର ବିକାଶ ଏବେ କେବଳ ତାମିଲନାଡୁରେ ହେଉଛି। ଓଡ଼ିଶାରେ ଯେତେ ଠିକାଦାର କାମ କରୁଛନ୍ତି ସେମାନେ ସମସ୍ତେ ତାମିଲନାଡୁର। ଏପଟେ ବିହାରୀ ଓ ସେପଟେ ତାମିଲୀ ଏ ରାଜ୍ୟକୁ ଖାଇ ସାରିଲେଣି। ଭୁବନେଶ୍ୱର ଓ ଖୋର୍ଦ୍ଧାର ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ବିକ୍ରି ଦେଉଛନ୍ତି। ଏହି ଜମି ବିକ୍ରିିରେ ପ୍ରାୟ ୧୦ହଜାର କୋଟି ଟଙ୍କାର ହେରଫେର ହୋଇଛି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର ଓ ଖୋର୍ଦ୍ଧାର ଜମିଗୁଡ଼ିକୁ କମ୍ ଦରରେ ବିକ୍ରି କରାଯାଉଛି, ଏପରିକି ସ୍କୁଲର ଖେଳ ପଡ଼ିଆ, ମଶାଣୀ, ମେଳଣ ପଡ଼ିଆକୁ ମଧ୍ୟ ବାଦ୍ ଦେଉନାହାନ୍ତି। ତେଣୁ ସରକାରଙ୍କ ଏହି ଜମି ବିକ୍ରିକୁ ବିରୋଧ କରି ଖୁବଶୀଘ୍ର ଖୋର୍ଦ୍ଧା ଓ ଭୁବନେଶ୍ୱର ଅଂଚଳର ୨୦ହଜାର ଲୋକଙ୍କୁ ଆଣି ନବୀନ ନିବାସ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

Related story