ପାଟକୁରା ପାଇଁ ରଣକୌଶଳ ଚୂଡ଼ାନ୍ତ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପିର ପ୍ରଚାର ଅଭିଯାନ ଏବେ ଜୋରଦାର ହୋଇଥିବାବେଳେ କଂଗ୍ରେସ ପଛରେ ପଡ଼ିଥିଲା। କିନ୍ତୁ ଦଳର ବରିଷ୍ଠ ନେତାମାନେ ଆଜି ପାଟକୁରା ପ୍ରସଙ୍ଗରେ ରଣକୌଶଳ ଚୂଡ଼ାନ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସୁନିଶ୍ଚିତ କରିବା ନିମନ୍ତେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ପରିସରରେ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପାଟକୁରା ନିର୍ବାଚନକୁ ନେଇ ରଣକୌଶଳ ପ୍ରସ୍ତୁତ ହୋଇଛି। […]

patakura.jpg111

Manoranjan Sial
  • Published: Wednesday, 10 July 2019
  • , Updated: 10 July 2019, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପିର ପ୍ରଚାର ଅଭିଯାନ ଏବେ ଜୋରଦାର ହୋଇଥିବାବେଳେ କଂଗ୍ରେସ ପଛରେ ପଡ଼ିଥିଲା। କିନ୍ତୁ ଦଳର ବରିଷ୍ଠ ନେତାମାନେ ଆଜି ପାଟକୁରା ପ୍ରସଙ୍ଗରେ ରଣକୌଶଳ ଚୂଡ଼ାନ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସୁନିଶ୍ଚିତ କରିବା ନିମନ୍ତେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ପରିସରରେ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପାଟକୁରା ନିର୍ବାଚନକୁ ନେଇ ରଣକୌଶଳ ପ୍ରସ୍ତୁତ ହୋଇଛି। ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ଜିତାଇବା ପାଇଁ ପାଟକୁରା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତୃମଣ୍ଡଳୀ ସକ୍ରିୟତାର ସହ ଆପ୍ରାଣ ଉଦ୍ୟମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଦଳୀୟ ବିଧାୟକ ଓ ସାଂସଦମାନେ ଦୁଇରୁ ତିନିଦିନ ପାଟକୁରାରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରର ମଙ୍ଗ ଧରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏପରି କଠିନ ସମୟରେ ପାଟକୁରାର କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ଆଦୌ ବ୍ୟର୍ଥ ଯିବ ନାହିଁ। ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କେନ୍ଦ୍ରାପଡ଼ା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ମାନସ ମଲ୍ଲିକ, ପିସିସି ସାଧାରଣ ସଂପାଦକ ଆକବର ଅଲ୍ଲୀ, ସଂଗ୍ରାମ କେଶରୀ ଜେନା, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜ୍ଞାନଦେବ ବେହୁରା, ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ପିସିସି ସଂପାଦକ ଆକାଶ ଭୁୟାଁ, ବରିଷ୍ଠ କଂଗ୍ରେସ ନେତା ବିସ୍ମୟ ମହାପାତ୍ର, ଦେବେନ୍ଦ୍ର ସାହୁ, ଉମେଶ ଜେନାଙ୍କ ସମେତ ପାଟକୁରା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଓ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ନେତୃମଣ୍ଡଳୀ ଯୋଗଦେଇ କଂଗ୍ରେସ ପ୍ରାର୍ଥୀଙ୍କ ନିମନ୍ତେ ନିଷ୍ଠା ଓ ସକ୍ରିୟତାର ସହିତ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ପିସିସିି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

Related story