ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

Ordigital Desk
  • Published: Wednesday, 14 March 2018
  • , Updated: 14 March 2018, 09:06 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବିଧାନସଭା ଅଧିବେଶନରେ କ&rsquo;ଣ ରହିବ କଂଗ୍ରେସର ଆଭିମୁଖ୍ୟ। ଦଳ କେଉଁ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବ, ସେ ନେଇ ଆଜି ବିଧାନସଭାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଏହାସହ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ ଉଠିବ। ଏଥିସହ ବିଜେପୁର ଉପନିର୍ବାଚନରେ କଂଗ୍ରେସର କାହିଁକି ହେଲା ଶୋଚନୀୟ ପରାଜୟ, କେଉଁଠି ରହିଲା ତ୍ରୁଟି ତା&rsquo;ର ସମୀକ୍ଷା କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି।</p>

Related story