ମୋତେ ଜେଲ୍ ପଠାଇବାରେ ତାଙ୍କର ଭୂମିକା ଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା। ପ୍ରେସମିଟ୍‌ କରି ସାନଖେମୁଣ୍ଡି ବିଧାୟକ ରମେଶ କହିଛନ୍ତି ଯେ,ପ୍ରଦୀପଙ୍କ ସହ ଯେଉଁମାନେ ବି ସଂପୃକ୍ତ ତଦନ୍ତ ପରିସରଭୁକ୍ତ କରାଯାଉ ରାଜନେତାମାନେ ବି ସଂପୃକ୍ତ ଥିଲେ ତଦନ୍ତ କରାଯାଉ। ରାଜ୍ୟ ବାହାରେ ଥିବା ପ୍ରଦୀପଙ୍କ ସଂପତ୍ତିର ଆକଳନ କରାଯାଉ। ମଦ, ବାଲି ମାଫିଆଙ୍କ ସହ ତାଙ୍କର ସଂପର୍କ ନେଇ ତଦନ୍ତ କରାଯାଉ। […]

bnm

Tapas Behera
  • Published: Sunday, 06 December 2020
  • , Updated: 06 December 2020, 03:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା।

ପ୍ରେସମିଟ୍‌ କରି ସାନଖେମୁଣ୍ଡି ବିଧାୟକ ରମେଶ କହିଛନ୍ତି ଯେ,ପ୍ରଦୀପଙ୍କ ସହ ଯେଉଁମାନେ ବି ସଂପୃକ୍ତ ତଦନ୍ତ ପରିସରଭୁକ୍ତ କରାଯାଉ ରାଜନେତାମାନେ ବି ସଂପୃକ୍ତ ଥିଲେ ତଦନ୍ତ କରାଯାଉ। ରାଜ୍ୟ ବାହାରେ ଥିବା ପ୍ରଦୀପଙ୍କ ସଂପତ୍ତିର ଆକଳନ କରାଯାଉ। ମଦ, ବାଲି ମାଫିଆଙ୍କ ସହ ତାଙ୍କର ସଂପର୍କ ନେଇ ତଦନ୍ତ କରାଯାଉ।

ମୋତେ ଜେଲ୍ ପଠାଇବାରେ ତାଙ୍କର ଭୂମିକା ଥିଲା, ସେ କେତେ ଭଲ ଜଣାପଡ଼ିଗଲା ବୋଲି ସେ କହିଚନ୍ତି। ପ୍ରଦୀପ ଆହୁରି କହିଛନ୍ତି ପ୍ରଦୀପ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ବ୍ୟାପକ ଅର୍ଥ ଠୁଳ କରିଛନ୍ତି।  ୨୦୦୪ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ କ୍ଷମତାର ଅପବ୍ୟବହାର କରି  ସେ ରାଜୁତି ଚଳାଇଥିଲେ। ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ବହୁ ବିଳମ୍ବରରେ ହେଉ ପଛେ ଗୋପାଳପୁର ବିଧାୟକଙ୍କ କଳା କାରନାମା ରାଜ୍ୟ ସରକାରଙ୍କ ନଜରକୁ ଆସିଛି ବୋଲି ସେ କହିଛନ୍ତି।

Related story