ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜୀବ ଗାନ୍ଧି ଯେଉଁ କମ୍ପାନୀରେ ପାଇଲଟ ଥିଲେ ମୁଁ ବି ସେଇ କମ୍ପାନୀରେ ପାଇଲଟ ଅଛି । ସେ କମ୍ପାନୀ ଛାଡ଼ିକି ଆସି ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆମ ପାଇଁ ଗର୍ବ । କଂଗ୍ରେସ ନେତା ସୁର ରାଉତ୍ ରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୁର ଆଜି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମନ୍ମଥ କହିଛନ୍ତି ଯେ,
ମୁଁ ଏବେ ଚାକିରୀରେ ଅଛି । ବାପାଙ୍କୁ ସାହାଯ୍ୟ କରିବାକୁ ଆସିଛି । ମୁଁ ଜାତି ବାଦକୁ ବିଶ୍ୱାସ କରେନି । ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚିଛି । କରୋନା ସମୟରେ ସେମାନଙ୍କୁ ସାହାଯ୍ୟ କରିଛି । ମୁଁ ପାର୍ଟି ଲାଇନରେ କାମ କରିନି । ମୁଁ ଏବେ ବାବାଙ୍କଠାରୁ ଶିଖୁଛି । ମୁଁ ସେତିକି ପ୍ରଫେସନାଲ ନୁହେଁ ଯେ ପାର୍ଟି ଲାଇନରେ କାମ କରିବି ।
ମୁଁ ଏବେ ସାମାଜିକ ମଙ୍ଗଳ କାମ କରୁଛି । ଏହାର ମାନେ ନୁହେଁ ଯେ ମୁଁ ରାଜନୀତି କରିବା ପାଇଁ ଏସବୁ କରୁଛି । ବାପାଙ୍କର ୱାର୍କ ଲୋଡ କମାଇବା ପାଇଁ ମୁଁ ଏସବୁ କରୁଛି । ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଏବଂ ପରିବେଶ ଭଲ ନାହିଁ । ରାଜନୀତିକୁ ଏବେ ଧର୍ମ ବିବେଚନା କରାଗଲାଣି । ତେଣୁ ଏବେ ରାଜନୀତିରେ ଆସିବାକୁ ଚାହୁଁନି । ସେପଟେ ପୁଅ ଯଦି ରାଜନୀତିକୁ ଆସିବା ପାଇଁ ଇଚ୍ଛା କରେ ତେବେ ତାଙ୍କର କିଛି ଆପତ୍ତି ନାହିଁ ବୋଲି ସୁର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।