ଗଜପତି ମହାରାଜାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ସୁରେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ପୁରୀ ଗଜପତି ମହାରାଜାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଶ୍ରୀ ରାଉତରାୟ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଜନସାଧାରଣଙ୍କର ସମ୍ମାନ ରହିଛି। ସେ ଲକ୍ଷେ ରାଜାର ମଉଡ଼ମଣି। ତାଙ୍କର ସ୍ଥାନ ସ୍ୱତନ୍ତ୍ର ଓ ବହୁ ଉଚ୍ଚରେ। ମାତ୍ର ପୁରୀର ବିକାଶ କେବଳ ନବୀନ […]

sura-1..

sura-1..

Manoranjan Sial
  • Published: Monday, 16 December 2019
  • Updated: 16 December 2019, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ପୁରୀ ଗଜପତି ମହାରାଜାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି।

ଶ୍ରୀ ରାଉତରାୟ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଜନସାଧାରଣଙ୍କର ସମ୍ମାନ ରହିଛି। ସେ ଲକ୍ଷେ ରାଜାର ମଉଡ଼ମଣି। ତାଙ୍କର ସ୍ଥାନ ସ୍ୱତନ୍ତ୍ର ଓ ବହୁ ଉଚ୍ଚରେ। ମାତ୍ର ପୁରୀର ବିକାଶ କେବଳ ନବୀନ ପଟ୍ଟନାୟକ ସରକାର କରିଛନ୍ତି ଏବଂ ଜାନକୀ ପଟ୍ଟନାୟକ ସରକାର କରିନାହାନ୍ତି ବୋଲି ଗଜପତି ମହାରାଜା ଯେଉଁ ମନ୍ତବ୍ୟ ଦେଇଛନ୍ତିି, ତାହା ଦୁର୍ଭାଗ୍ୟଜନକ। ଏହା ସାଧାରଣରେ ଗ୍ରହଣୀୟ ହୋଇପାରୁନି। ଜାନକୀ ପଟ୍ଟନାୟକ ସରକାର ସମୟରେ ପୁରୀର ବଡ଼ଦାଣ୍ଡ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ସହ ଗମନାଗମନର ସୁବିଧା ପାଇଁ ବସଷ୍ଟାଣ୍ଡ ଓ ନୂତନ ବସର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ଜଳ ନିଷ୍କାନସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଓ ବିଦ୍ୟୁତ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସେହିପରି ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସୁନ୍ଦର ମେରାଇନ୍ ରାସ୍ତା ମଧ୍ୟ ହୋଇଥିଲା।“ହଜାର ଦିନରେ ହଜାରେ ଶିଳ୍ପ” ଯୋଜନାରେ ପୁରୀ ବେଳାଭୂମିରେ ଶହ ଶହ ହୋଟେଲ ଶିଳ୍ପ ଗଢ଼ି ଉଠିଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ରାସ୍ତା ନିର୍ମାଣ ଜାନକୀ ପଟ୍ଟନାୟକ ସରକାର ସମୟରେ କରାଯାଇଥିଲା।

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ସରକାର କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି କେତେଗୁଡ଼ିଏ ମଠ ଭାଙ୍ଗିବା,କିଛି ରାସ୍ତା ନିର୍ମାଣ କରିବା ଏବଂ ସ୍ୱର୍ଗଦ୍ୱାରଠାରେ ଜବରଦଖଲ ଉଚ୍ଛେଦ କରିବା ଛଡ଼ା ଅନ୍ୟ କିଛି କରିନାହାନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos