ତାରାଙ୍କ ଘରେ କଂଗ୍ରେସ ମେଳି, କହିଲେ-ମିଳିଲେ ଛାଡ଼ିବାର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ। ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସରେ ମେଳି।  ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଛି ଚର୍ଚ୍ଚା । ହେଲେ ଏଭଳି ସ୍ଥଳେ ଏପରି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି CWC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ AICC ଅଧ୍ୟକ୍ଷଙ୍କ କ୍ଷମତା ଭିତରେ । ଆସନ୍ତାକାଲି CWC ମିଟିଂରେ AICC, PCC ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, […]

7909

Tapas Behera
  • Published: Sunday, 23 August 2020
  • , Updated: 23 August 2020, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ। ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସରେ ମେଳି।  ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଛି ଚର୍ଚ୍ଚା । ହେଲେ ଏଭଳି ସ୍ଥଳେ ଏପରି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି CWC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ AICC ଅଧ୍ୟକ୍ଷଙ୍କ କ୍ଷମତା ଭିତରେ ।

ଆସନ୍ତାକାଲି CWC ମିଟିଂରେ AICC, PCC ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, ଜିଲ୍ଲା, PCC ଗଠନ ବିଳମ୍ବ ହୋଇଛି, ଶୀଘ୍ର ହେବା ଦରକାର ବୋଲି କହିଛନ୍ତି ରାମଚନ୍ଦ୍ର । ସେପଟେ  କାଲି CWC ବୈଠକରେ ଦଳକୁ ମଜବୁତ୍ କରିବାକୁ ଆଲୋଚନା ହୋଇପାରେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।

ଏପଟେ ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ବାସଭବନରେ କଂଗ୍ରେସ ନେତାଙ୍କ ମେଳି ଦେଖିବାକୁ ମିଳିଛି।   ତାରାଙ୍କ ସହ ବିଧାୟକ ରମେଶ ଜେନା ଏବଂ ବରିଷ୍ଠ କଂଗ୍ରେସ ନେତା ବାପି ସର୍ଖେଲ, ସଂଗ୍ରାମ ଜେନା, ମାନସ ଚୌଧୁରୀ, ସତ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।  ନୂଆଖାଇ ଭେଟ ଆଳରେ କଂଗ୍ରେସ ନେତା ଏକାଠି ହୋଇଥିବା ଜଣାପଡିଛି । ହେଲେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ତାରା କହିଛନ୍ତି, ଆମେ ଚାହିଁଲେ ପରିବର୍ତ୍ତନ ହେବନି। ସୋନିଆ, ରାହୁଲ ଚାହିଁଲେ ହୋଇପାରିବ।  ମୁଁ ପରିବର୍ତ୍ତନ ଲବିରେ ନାହିଁ। କିନ୍ତୁ ମିଳିଲେ ଛାଡ଼ିବାର ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।

Related story