‘ଆମେ ସବୁ ବିଧାୟକ ଏକ ଅଛୁ’

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମତାନ୍ତର ଲାଗି ରହିଛି ବୋଲି କିଛି ଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା। ଏପରି ଅଭିଯୋଗକୁ ଆଜି କଂଗ୍ରେସର ସମସ୍ତ ବିଧାୟକ ଖଣ୍ଡନ କରିଛନ୍ତି। ବିଧାୟକମାନେ କହିଛନ୍ତି,“ଆମେ ସମସ୍ତେ ଏକ ଅଛୁ। ଆମ ଭିତରେ କୌଣସି ମତାନ୍ତର ନାହିଁ।” ଆଜି ବସିଥିବା ବିଧାୟକ ଦଳ ବୈଠକରେ ସମସ୍ତ ୧୬ ଜଣ ବିଧାୟକ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିଧାୟକମାନେ କହିଛନ୍ତି,“ଆମ ଭିତରେ […]

narashinha

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 10:29 PM IST

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମତାନ୍ତର ଲାଗି ରହିଛି ବୋଲି କିଛି ଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା। ଏପରି ଅଭିଯୋଗକୁ ଆଜି କଂଗ୍ରେସର ସମସ୍ତ ବିଧାୟକ ଖଣ୍ଡନ କରିଛନ୍ତି। ବିଧାୟକମାନେ କହିଛନ୍ତି,“ଆମେ ସମସ୍ତେ ଏକ ଅଛୁ। ଆମ ଭିତରେ କୌଣସି ମତାନ୍ତର ନାହିଁ।”

ଆଜି ବସିଥିବା ବିଧାୟକ ଦଳ ବୈଠକରେ ସମସ୍ତ ୧୬ ଜଣ ବିଧାୟକ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିଧାୟକମାନେ କହିଛନ୍ତି,“ଆମ ଭିତରେ କେହି ମତାନ୍ତର ସୃଷ୍ଟି କରିବାକୁ ଉଦ୍ୟମ କଲେ ଆମେ ସେମାନଙ୍କୁ କେବେ ବରଦାସ୍ତ କରିବୁ ନାହିଁ। ଯଦି କେଉଁଠି ମତାନ୍ତର ଅଛି ତାକୁ ଦୂର କରିବା ପାଇଁ ବିରୋଧୀ ଦଳ ନେତାଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି।”

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ। ବିଧାନସଭାରେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ସେ ନେଇ ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ବସିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବସିଥିବା ବୈଠକରେ ୧୬ ବିଧାୟକ ଯୋଗଦେଇ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମତ ରଖିଥିଲେ।

ବୈଠକରେ ଯୋଗ ଦେବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଆମନ୍ତ୍ରଣ କରାଯାଇ ଥିଲେ ମଧ୍ୟ ସେ ଆସି ନ ଥିଲେ।

Related story