କଂଗ୍ରେସ ଭବନରେ ଗଣ୍ଡଗୋଳ,ବିଜେଡି-କଂଗ୍ରେସ ଟଣାଓଟରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟିର ଦୁଇଜଣ ନବନିଯୁକ୍ତ ମୁଖପାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଏହି ଆକ୍ରମଣର ପାଇଁ କଂଗ୍ରେସ ସିଧାସଳଖ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦାୟୀ କରିଥିବାବେଳେ ବିଜେଡି ଏହାକୁ କଂଗ୍ରେସର ଦୁର୍ବଳ ମାନସିକ ସ୍ଥିତି ବୋଲି ଆଖ୍ୟା ଦେଇଛି। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ […]

700

700

Tapas Behera
  • Published: Saturday, 13 June 2020
  • Updated: 14 June 2020, 07:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟିର ଦୁଇଜଣ ନବନିଯୁକ୍ତ ମୁଖପାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଏହି ଆକ୍ରମଣର ପାଇଁ କଂଗ୍ରେସ ସିଧାସଳଖ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦାୟୀ କରିଥିବାବେଳେ ବିଜେଡି ଏହାକୁ କଂଗ୍ରେସର ଦୁର୍ବଳ ମାନସିକ ସ୍ଥିତି ବୋଲି ଆଖ୍ୟା ଦେଇଛି।

ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କଂଗ୍ରେସ ଭବନରେ ବିଜେଡି ନେତା ତଥା ମନ୍ତ୍ରୀ ନବ ଦାସଙ୍କ ପ୍ରରୋଚାନାରେ କଂଗ୍ରେସ ନେତାମାନଙ୍କୁ ଆକ୍ରମଣ ହୋଇଛି। ମାସ୍କ କିଣା ଦୁର୍ନୀତିକୁ ଚପାଇ ଦେବା ପାଇଁ ଆକ୍ରମଣ କରାଯାଇଛି। ମାସ୍କ ଦୁର୍ନୀତିକୁ ରାଜରାସ୍ତାକୁ ଅଣାଯିବ ଓ ଏହାର ପର୍ଦ୍ଦାଫାସ୍ କରାଯିବ।

ସେହିପରି ଆକ୍ରମଣର ଶିକାର ହୋଇଥିବା କଂଗ୍ରେସ ମୁଖପାତ୍ର ନରେଶ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ମାସିକ ଦରମାରେ ଥିବା କଂଗ୍ରେସର କିଛି ଲୋକ ଏଭଳି ଗଣ୍ଡଗୋଳ କରିଛନ୍ତି। ସେମାନେ ନବ ଦାସଙ୍କ ଭଡ଼ାଟିଆ ଗୁଣ୍ଡା । ଦଳର ମୁଖପାତ୍ର ଟିମ୍‌ରେ ଥିବା ମନୋଜ ମହାପାତ୍ର ଓ ତାଙ୍କ ସହଯୋଗୀ ପ୍ରକାଶ ମିଶ୍ର ମଦ ପିଇ ହଠାତ୍ ଅପରାହ୍ନ ୩ଟାରେ କଂଗ୍ରେସ ଭବନକୁ ଆସି ତାଙ୍କୁ ଓ ସୁଦର୍ଶନ ଦାସଙ୍କ ଉପରେ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ । ମାସ୍କ କିଣା ଦୁର୍ନୀତି ଘଟଣାକୁ ଚପାଇ ଦେବାକୁ ସେମାନେ ଏଭଳି ଆକ୍ରମଣ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ କଂଗ୍ରେସର କର୍ମୀମାନେ ଆସି କଂଗ୍ରେସ ଭବନ ଭିତରେ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିବା ଘଟଣା ଉପରେ ପ୍ରତିକ୍ରିୟା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିଶେଷ କିଛି ଘଟଣା ଘଟିନାହିଁ। ଅଭିଯୋଗ ହେଲେ ତଦନ୍ତ କରାଯିବ। ଦଳରୁ ବାହାରିଥିବା ଓ ସକ୍ରିୟ ନଥିବା କିଛି ନେତା ଏଭଳି ଗଣ୍ଡଗୋଳ କରୁଛନ୍ତି। ନିକଟରେ କାମଚଳା ମିଡିଆ ପ୍ୟାନେଲିଷ୍ଟ୍ ତାଲିକା  ପ୍ରକାଶ ପାଇଛି। ସଚେତନ କଂଗ୍ରେସ କର୍ମୀ ଏଭଳି ବିଶୃଙ୍ଖଳା କରିବେ ନାହିଁ। ଯାହାର ସମସ୍ୟା ହେଉଛି ସେମାନେ କାହିଁକି ତାଙ୍କୁ ଜଣାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣାରେ ଦଳର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ସମସ୍ତଙ୍କୁ ସାଙ୍ଗରେ ନେଇ ପିସିସି ସଭାପତି କାମ କରନ୍ତୁ। ସବୁ କମିଟି ଗଠନ କରନ୍ତୁ, ଯାହାଫଳରେ ଆଉ ଅସନ୍ତୋଷ ଦେଖାଦେବନି। ସଭାପତି, କାର୍ଯ୍ୟକାରୀ ସଭାପତିରେ ଦଳ ସୀମିତ ରହୁଛି। ଏଣୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି।

ଅନ୍ୟପକ୍ଷରେ କଂଗ୍ରେସ ଭବନ ଆକ୍ରମଣ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, କଂଗ୍ରେସ ଦଳ ମାନସିକସ୍ତରରେ ଦୁର୍ବଳ ସ୍ଥିତିକୁ ଯିବା ଆଶ୍ଚର୍ଯ୍ୟଜନକ। ଏକ ବୃହତ୍ ଦଳ ରାଜନୀତିରେ ସଫଳ-ଅସଫଳ ହେବା ସମୟଭିତ୍ତିକ କାର୍ଯ୍ୟକ୍ରମ। ଏଭଳି କଥା ମନକୁ ଆଣିବା କଂଗ୍ରେସ ଦଳର ଆଭ୍ୟନ୍ତରୀଣ କଥା। ନିଜ ଭିତରେ ଏକତା ପ୍ରତିଷ୍ଠା କରିବାରେ କଂଗ୍ରେସ ଅସଫଳ। ଯେତେବେଳେ ନିଜ କଥା ଦେଖି ହୁଏନି, ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଏ ବୋଲି ଶ୍ରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story