ରାଜଭବନ ସମ୍ମୁଖରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ଥାନରେ ରାଜନୀତିକ ଗତିରୋଧ ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଦାୟୀ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ବରିଷ୍ଠ ନେତାମାନେ ରାଜସ୍ଥାନର ଅଶୋକ ଗେହଲଟ ସରକାରକୁ ଅସ୍ଥିର ପାଇଁ ହେଉଥିବା ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି। ରାଜଭବନ ସମ୍ମୁଖରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଏକଜୁଟ ହୋଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ […]

909

909

Tapas Behera
  • Published: Monday, 27 July 2020
  • Updated: 27 July 2020, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜସ୍ଥାନରେ ରାଜନୀତିକ ଗତିରୋଧ ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଦାୟୀ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ବରିଷ୍ଠ ନେତାମାନେ ରାଜସ୍ଥାନର ଅଶୋକ ଗେହଲଟ ସରକାରକୁ ଅସ୍ଥିର ପାଇଁ ହେଉଥିବା ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି।

ରାଜଭବନ ସମ୍ମୁଖରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଏକଜୁଟ ହୋଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି। ରାଜସ୍ଥାନରେ ବହୁମତ ପାଇଁ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକମାନଙ୍କୁ ଅର୍ଥ ଓ ମନ୍ତ୍ରୀ ପଦରା ଲୋଭ ଦେଖାଇ ବିଜେପି ଅସ୍ଥିରତା ସୃଷ୍ଟି କରୁଛି। ଜରୁରୀ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ କ୍ୟାବିନେଟ୍ ଅନୁମୋଦନରେ ଦିଆଯାଇଥିବା ପ୍ରସ୍ତାବକୁ ବିଜେପିର ପ୍ରରୋଚନାରେ ରାଜ୍ୟପାଳ ଗ୍ରହଣ ନକରିବା ଅଗଣତାନ୍ତ୍ରିକ। କଂଗ୍ରେସ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଚନ୍ତି। କଂଗ୍ରେସର ବିଧାୟକମାନଙ୍କୁ ବହୁପରିମାଣର ଅର୍ଥ ଓ କ୍ଷମତାର ଲୋଭ ଦେଖାଇ ବଶୀଭୂତ ପାଇଁ ଉଦ୍ୟମ ହେଉଛି। ଭାରତର ସମ୍ବିଧାନ ଓ ଗଣତନ୍ତ୍ର ଏବେ ବିପନ୍ନ ହୋଇପଡ଼ିଛି। ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳରେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ବିଜେପି ଗୋଆ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଲୋକଙ୍କ ଦ୍ୱାରା ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଏବେ ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ସାଧାରଣ ଜନତାଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ମୋଦି ସରକାର ପ୍ରାଥମିକତା ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଦଳ ପକ୍ଷରୁ ଏହି ବିକ୍ଷୋଭରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,  ବରିଷ୍ଠ ନେତା ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ପଂଚାନନ କାନୁନଗୋ, ଦେବାଶୀଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଜ୍ଞାନରଞ୍ଜନ ବେହୁରା, ବିଶ୍ୱରଞ୍ଜନ ଦାଶ, ରାଜୀବ ପଟ୍ଟନାୟକ, ଅଭିଷେକ ମହାନନ୍ଦ, ରଶ୍ମୀ ମହାପାତ୍ର, ହଳଧର ସେଠୀ, ଅମୀୟ ପାଣ୍ଡବ, ପଦ୍ମାକର ଗୁରୁ ଆଦି ନେତାମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos