ବିଦ୍ୟୁତ୍‌ କାଟିଲେ ଆନ୍ଦୋଳନକୁ କେହି ରୋକି ପାରିବେନି : ସୁର ରାଉତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ରୋକି ପାରିବେନି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ସେ ଆହୁରି କହିଛନ୍ତି,“ ଶିଳ୍ପପତିମାନଙ୍କ ପାଖରେ ଶହଶହ କୋଟି ଟଙ୍କା ବକେୟା ରାଶି ରହିଛି, ତାଙ୍କଠାରୁ ପ୍ରଥମେ ଆଦାୟ କର। ଅର୍ଥ ଆଦାୟ ହେଲାନି ବୋଲି […]

congress

Jyoshna Pradhan
  • Published: Friday, 10 January 2020
  • , Updated: 10 January 2020, 01:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ରୋକି ପାରିବେନି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ସେ ଆହୁରି କହିଛନ୍ତି,“ ଶିଳ୍ପପତିମାନଙ୍କ ପାଖରେ ଶହଶହ କୋଟି ଟଙ୍କା ବକେୟା ରାଶି ରହିଛି, ତାଙ୍କଠାରୁ ପ୍ରଥମେ ଆଦାୟ କର। ଅର୍ଥ ଆଦାୟ ହେଲାନି ବୋଲି କ’ଣ ଏହି ଗରିବ ଲୋକଙ୍କ ବିଦ୍ୟୁତ୍ କାଟି ଦିଆଯିବ, ପ୍ରଶ୍ନ ଉଠୁ ନାହିଁ। ଗରିବ ଓ ଖଟିଆ ଲୋକଙ୍କ ପାଇଁ ଆମେ ଘୋର ଆନ୍ଦୋଳନ କରିବୁ। ନିଷ୍ପତ୍ତିରେ ପରିବର୍ତ୍ତନ ନହେଲେ ବିରାଟ ଆନ୍ଦୋଳନ ହେବ। ଗରିବ ଲୋକଙ୍କ ଉପରେ ଏତେ ଅତ୍ୟାଚାର କାହିଁକି? ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୁଣ୍ଡ ଉପରେ। ବିଦ୍ୟୁତ୍‌ କାଟିଦେଲେ ଆମେ କେବେ ବରଦାସ୍ତ କରିବୁନି।”

ଆସନ୍ତା ୧୬ରୁ ବକେୟା ଖିଲାପୀଙ୍କ ବିଦ୍ୟୁତ୍ କାଟ୍ ନେଇ ସେସୁର ଘୋଷଣା ପ୍ରସଙ୍ଗକୁ ନେଇ ସୁରେଶ ରାଉତରାୟ ଏପରି କଡ଼ା ଚେତାବନୀ ଦେଇଛନ୍ତି।

Related story