‘ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ସରକାରୀ ମୁଖ୍ୟ ସଚେତକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସରକାରୀ ମୁଖ୍ୟ ସଚେତକଙ୍କ ବିରୋଧ ଯୋଗୁ ଓଡ଼ିଶାରେ କୃଷି ଜମିର ବର୍ଗୀକରଣ ସମ୍ଭବପର ହୋଇପାରିନି। ଯଦିଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅନ୍ୟ ସମସ୍ତ ସଦସ୍ୟ ରାଜ୍ୟରେ କୃଷି ଜମିର ବର୍ଗୀକରଣ ପାଇଁ ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ୍ ଆକ୍ଟରେ ସଂଶୋଧନ ନିମନ୍ତେ ସହମତି ଜଣାଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସଂଶୋଧନ ନିମନ୍ତେ ଅନୁମତି ଦେଇଥିଲେ। ତଥାପି ଜଣେ ଅବସରପ୍ରାପ୍ତ ଓଏଏସ ତଥା ସରକାରୀ ମୁଖ୍ୟ ସଚେତକ […]

naveen-patnaik-1

naveen-patnaik-1

Manoranjan Sial
  • Published: Monday, 16 December 2019
  • Updated: 16 December 2019, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସରକାରୀ ମୁଖ୍ୟ ସଚେତକଙ୍କ ବିରୋଧ ଯୋଗୁ ଓଡ଼ିଶାରେ କୃଷି ଜମିର ବର୍ଗୀକରଣ ସମ୍ଭବପର ହୋଇପାରିନି। ଯଦିଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅନ୍ୟ ସମସ୍ତ ସଦସ୍ୟ ରାଜ୍ୟରେ କୃଷି ଜମିର ବର୍ଗୀକରଣ ପାଇଁ ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ୍ ଆକ୍ଟରେ ସଂଶୋଧନ ନିମନ୍ତେ ସହମତି ଜଣାଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସଂଶୋଧନ ନିମନ୍ତେ ଅନୁମତି ଦେଇଥିଲେ। ତଥାପି ଜଣେ ଅବସରପ୍ରାପ୍ତ ଓଏଏସ ତଥା ସରକାରୀ ମୁଖ୍ୟ ସଚେତକ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ତାଙ୍କ ଚାରିପଟେ ଥିବା ପ୍ରଶାସକମାନେ ତାଙ୍କଠୁ ଭୁଲ୍ ଅର୍ଡର କରାଇ ନେଉଛନ୍ତି ବୋଲି ଅପମାନସୂଚକ ମନ୍ତବ୍ୟ ଦେବାକୁ ପଛାଇ ନଥିଲେ ବୋଲି ଅବସରପ୍ରାପ୍ତ ଆଇଏଏସ୍ ତଥା ରାଜ୍ୟର ପୂର୍ବତନ ରାଜସ୍ୱ ସଚିବ ତାରା ଦତ୍ତ କହିଛନ୍ତି। ଅବଶ୍ୟ ଶ୍ରୀ ଦତ୍ତ ନିଜ ପୁସ୍ତକରେ ଘଟଣାକ୍ରମକୁ ଉଲ୍ଲେଖ କରିଥିଲେ ବି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାଁ ନେଇନାହାନ୍ତି। କିନ୍ତୁ ଘଟଣାକ୍ରମ ଓ ସେ ରେଖାଙ୍କିତ କରିଥିବା ତଥ୍ୟକୁ ଯୋଡ଼ିଲେ ବିଜେଡି ନେତା ଅନନ୍ତ ଦାସ ହିଁ ସମ୍ପୃକ୍ତ ସରକାରୀ ମୁଖ୍ୟ ସଚେତକ ବୋଲି ଜଣାପଡ଼ୁଛି।

ଶ୍ରୀ ଦତ୍ତ ନିଜର ୫୨୧ ପୃଷ୍ଠାର ପୁସ୍ତକ ‘ହାଇଲ୍ୟାଣ୍ଡସ୍ ପ୍ଲେନସ୍ପିକ୍’ରେ ଅନେକ କିଛି ସରକାରୀ ଗୁମରକୁ ପଦାରେ ପକାଇଛନ୍ତି। ୨୦୧୨ ଫେବୃୟାରୀ ୧୩ ତାରିଖରେ ସେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଓଡ଼ିଶାରେ ଜମି ମାଫିଆମାନେ କେତେ ପ୍ରଭାବଶାଳୀ, ବିଭିନ୍ନ ମିଛ ସଂସ୍ଥା ନାଁରେ ରାଜନେତା ଓ ସରକାରୀ ଅଫିସରମାନେ କିଭଳି ମୂଲ୍ୟବାନ ଜମିକୁ ଲୁଟ୍ କରିଛନ୍ତି(ଇଚ୍ଛାଧୀନ କୋଟା ବାହାରେ) ତାହା ଦର୍ଶାଇବାକୁ ପଛାଇନାହାନ୍ତି। ଏପରିକି କେବଳ ରାଜନୀତିକ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟରେ ଭାଗଚାଷୀଙ୍କୁ ଏପର୍ଯ୍ୟନ୍ତ ଆଇନଗତ ମାନ୍ୟତା ମିଳିପାରିନଥିବା ଓ ରାଜନୀତିକ ମୁଖିଆମାନଙ୍କ ପାଇଁ ଭାଗଚାଷୀଙ୍କୁ ସ୍ୱୀକୃତି ଏକ ‘ନିଷିଦ୍ଧ ଅଞ୍ଚଳ’ ବୋଲି କହିବା ସହ ରାଜନୀତିକ ମୁଖିଆମାନଙ୍କ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟରେ ଭୂ-ସଂସ୍କାର ଓ ଭାଗଚାଷୀଙ୍କୁ ଠିକା ଚାଷୀ ଭାବେ ଆଇନଗତ ମାନ୍ୟତା ଦିଆଯାଇପାରିନଥିବା ସେ ରୋକଠୋକ୍ ଭାବେ କହିଛନ୍ତି।

ଶ୍ରୀ ଦତ୍ତ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ରାଜ୍ୟରେ ଜମିଗୁଡ଼ିକର ବର୍ଗୀକରଣ ଓ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ନିମନ୍ତେ ଓଡ଼ିଶାରେ ରାଜନୀତିକ ଇଚ୍ଛାଶକ୍ତି ଅବା ସଂଘର୍ଷ ନଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଆପ୍ପୁ କମିଟି ଓ ସଞ୍ଜିବ ହୋତା କମିଟି ଓଡ଼ିଶା ଭୂ-ସଂସ୍କାର ଆଇନ ପ୍ରାବଧାନ ଆଧାରରେ ଜମିର ୪ଟି ବର୍ଗୀକରଣ ନିମନ୍ତେ ସୁପାରିସ କରିଥିଲେ। ଏଥିପାଇଁ ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ଆଇନରେ ସଂଶୋଧନ ଆବଶ୍ୟକତା ଥିଲା। ଗତ ଦଶନ୍ଧି ମଧ୍ୟରେ ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଯୋଗୁ ଦେଢ଼ଲକ୍ଷ ଏକରରୁ ଅଧିକ କୃଷି ଜମିକୁ ଅଧିଗ୍ରହଣ କରା ଅଣକୃଷି କାର୍ଯ୍ୟ ପାଇଁ ଅଧିଗ୍ରହଣ କରାଯାଇଛି। ଏତେ ବ୍ୟାପକ ପରିମାଣର ଜମିର ଅଣକୃଷି ଉପଯୋଗକୁ ଦୃଷ୍ଟିରେ ରଖି ଜମିଗୁଡ଼ିକର ବର୍ଗୀକରଣ ଜରୁରୀ ହୋଇପଡ଼ିଥିଲା। ଏଥିପାଇଁ ଆଇନରେ ସଂଶୋଧନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ କ୍ୟାବିନେଟଙ୍କ ଅନୁମୋଦନ ଲାଭ କରିଥିଲା। କିନ୍ତୁ ବିଲ୍ ବିଧାନସଭାରେ ଆଗତ ହେବାପରେ ଏହାକୁ ଅଧିକ ତର୍ଜମା ନିମନ୍ତେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିକୁ ପଠାଇ ଦିଆଯାଇଥିଲା।

ସେତେବେଳର ବାଚସ୍ପତି(ନିରଞ୍ଜନ ପୂଜାରୀ) ଯେକି ଚାଷୀ ପରିବାରରୁ ଆସିଥିଲେ ସେ ଓ ଅନ୍ୟ ସମସ୍ତ ସଦସ୍ୟ ଏହି ବିଲ୍ ସପକ୍ଷରେ ମତ ରଖିଥିଲେ। ମାତ୍ର ସରକାରୀ ମୁଖ୍ୟ ସଚେତକ(ଅବସରପ୍ରାପ୍ତ ଓଏଏସ) ଅନନ୍ତ ଦାସ ବିଲକୁ ବିରୋଧ କରି ପ୍ରସ୍ତାବିଜ ଜମି ବର୍ଗୀକରଣ ଯୋଗୁ ଗାଁରେ ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ଦେଖାଦେବ ଓ ଏହା ଭୋଟ୍ ରାଜନୀତିକୁ ପ୍ରଭାବିତ କରିବ ବୋଲି କହିଥିଲେ। ତେବେ ଏହି ବିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଥିବା ତାଙ୍କୁ ସିଲେକ୍ଟ କମିଟି ବୈଠକରେ ଅବଗତ କରାଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଓଲଟା ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ଥିବା ପ୍ରଶାସକମାନେ ତାଙ୍କୁ ବିଭ୍ରାନ୍ତ କରି ଏଭଳି ଅର୍ଡର କରାଇ ନେଇଛନ୍ତି। ମୁଖ୍ୟ ସଚେତକଙ୍କ ଏଭଳି ବିରୋଧ ଯୋଗୁ ବିଲ୍ ଅଧିକ ଆଲୋଚନା ପାଇଁ ପଡ଼ି ରହିଲା ଯାହାପରେ ଆଉ ଗୃହକୁ ଆସିପାରିଲା ନାହିଁ। ଶ୍ରୀ ଦତ୍ତ ସେତେବେଳେ ତାଙ୍କୁ ବୁଝାଇବାରେ ବିଫଳ ହୋଇଥିବା ଯୋଗୁ ଏହାକୁ ନିଜର ସବୁଠୁ ବଡ଼ ବିଫଳତା ବୋଲି ବିବେଚନା କରିଛନ୍ତି। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ନେବାରେ ସକ୍ଷମ ହୋଇପାରିଲେ ନାହିଁ ବୋଲି କହିବାକୁ ପଛାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story