ଓଡ଼ିଶାରେ ସହଯୋଗୀଙ୍କୁ ୧୩ଟି ଆସନ ଛାଡ଼ିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନରେ ନିଜର ୩ଟି ସହଯୋଗୀ ଦଳକୁ ରାଜ୍ୟର ୩ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସିପିଆଇ ଓ ସିପିଏମକୁ ୩ଟି ଲେଖାଏ ବିଧାନସଭା, ଗୋଟିଏ ଲେଖାଏ ଲୋକସଭା ଏବଂ ଜେଏମଏମକୁ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଛାଡ଼ିବ। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନରେ ସିପିଆଇ, ସିପିଏମ୍ ଓ ଜେଏମଏମକୁ ୩ଟି ଲୋକସଭା ଓ ୧୦ଟି ବିଧାନସଭା […]

congress

Manoranjan Sial
  • Published: Thursday, 21 March 2019
  • , Updated: 21 March 2019, 05:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନରେ ନିଜର ୩ଟି ସହଯୋଗୀ ଦଳକୁ ରାଜ୍ୟର ୩ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସିପିଆଇ ଓ ସିପିଏମକୁ ୩ଟି ଲେଖାଏ ବିଧାନସଭା, ଗୋଟିଏ ଲେଖାଏ ଲୋକସଭା ଏବଂ ଜେଏମଏମକୁ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଛାଡ଼ିବ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନରେ ସିପିଆଇ, ସିପିଏମ୍ ଓ ଜେଏମଏମକୁ ୩ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ଛାଡ଼ିବାକୁ ଦଳ ସମ୍ମତି ଦେଇଛି। ସିପିଏମକୁ ଭୁବନେଶ୍ୱର ଲୋକସଭା ଆସନ ସହ ରେମୁଣା, ବଣାଇ ଓ ନୀଳଗିରି ବିଧାନସଭା ଆସନ, ସିପିଆଇକୁ ଆସ୍କା ଲୋକସଭା ଆସନ ସହ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ଆସନ ଏବଂ ଜେଏମଏମକୁ ମୟୂରଭଞ୍ଜ ଲୋକସଭା ସହ ମୋରଡ଼ା, ବାଙ୍ଗିରିପୋଷି, ସାରସକଣା ଓ ରାଇରଙ୍ଗପୁର ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ବୁଝାମଣା କରିଛି। ଏସବୁ ଆସନରେ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀ ନଦେଇ ସହଯୋଗୀଙ୍କ ପାଇଁ ଛାଡ଼ିବ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ୩ଟି ସହଯୋଗୀ ଦଳ ୨୦ଟି ବିଧାନସଭା ଓ ୩ଟି ଲୋକସଭା ଆସନ ଦାବି କରିଥିଲେ।

Related story