ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ  ଘୋଷଣା କରିବ କଂଗ୍ରେସ୍ । ଆଜି ଓ ଆସନ୍ତାକାଲି ସୁଦ୍ଧା ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିପାରେ। ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର ବୈଠକ […]

congress-23199999

congress-23199999

Tapas Behera
  • Published: Tuesday, 24 September 2019
  • Updated: 24 September 2019, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ  ଘୋଷଣା କରିବ କଂଗ୍ରେସ୍ । ଆଜି ଓ ଆସନ୍ତାକାଲି ସୁଦ୍ଧା ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିପାରେ। ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର ବୈଠକ ଅସମାପ୍ତ ରହିଥିବା କହିଛନ୍ତି ଚୟନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର।

ବିଜେପୁର ନିର୍ବାଚନ ନେଇ ସଜବାଜ କରୁଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନିର୍ବାଚନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ମିଟିଂ। ଗତ ୧୯ ନିର୍ବାଚନରେ ବିଜେପୁରରେ ଅମାନତ ହରାଇଥିଲା କଂଗ୍ରେସ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ନିର୍ବାଚନରେ ନୂଆ ରଣନୀତି ପ୍ରସ୍ତୁତ କରିବ। ଏହି ବୈଠକରେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos