ବିଜେଡି କର୍ମୀଙ୍କୁ ପିଟିଲେ କଂଗ୍ରେସ କର୍ମୀ

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଠାରେ ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ମୁରିବାହାଲ ଥାନା ଅନ୍ତର୍ଗତ ପାତଲପଡ଼ା ଗାଁରେ ନିର୍ବାଚନ ପ୍ରଚାର ବେଳେ କିଛି ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି। ଏପରିକି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡି କର୍ମୀମାନେ ଥାନା ସମ୍ମୁଖରେ […]

congbjd

Jyoshna Pradhan
  • Published: Monday, 15 April 2019
  • , Updated: 15 April 2019, 11:46 AM IST

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଠାରେ ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗତକାଲି ମୁରିବାହାଲ ଥାନା ଅନ୍ତର୍ଗତ ପାତଲପଡ଼ା ଗାଁରେ ନିର୍ବାଚନ ପ୍ରଚାର ବେଳେ କିଛି ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି। ଏପରିକି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡି କର୍ମୀମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି କହି ସେମାନେ ନାରାବାଜି ବି କରିଥିଲେ।

ଏନେଇ ବିଜେଡି ନେତା ତଥା ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷ କହିଛନ୍ତି,“ଗତକାଲି ଆମେ ହଳଦୀ ଗ୍ରାମ ପଞ୍ଚାୟତର ପାତଲପଡ଼ା ଗାଁକୁ ପ୍ରଚାର କରିବାକୁ ଯାଇଥିଲୁ। ପ୍ରଚାର ସାରି ଫେରିବା ବେଳେ କଂଗ୍ରେସ କର୍ମୀ ତଥା ହଳଦୀ ସରପଞ୍ଚ ଗୋପୀ ପାଣିଗ୍ରାହୀ ଆସି ଆମ ପାଖରେ ପହଞ୍ଚିଥିଲେ। ସେ ମଦ ପିଇଥିଲେ ଓ ତାଙ୍କ ସହିତ ୮ରୁ ୧୦ ଜଣ ପିଲା ଥିଲେ। ସେମାନେ ଆମ ଦଳର ନିଲାମ ମହାକୁଡ଼ଙ୍କୁ ନିସ୍ତକୁ ମାଡ଼ ମାରିଥିଲେ। ସେ ପିନ୍ଧିଥିବା ଚେନ୍ ଓ ମୁଦି ବି ଛଡ଼ାଇ ନେଇଥିଲେ। ଏହାସହ ମୋ ବ୍ୟାଗ୍‌ରେ ଥିବା ଟଙ୍କା ଛଡ଼ାଇ ନେଇ ଯାଇଥିଲେ। ଆମ ସମସ୍ତଙ୍କୁ ସେମାନେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଗାଁ ଲୋକ ଆସି ସେମାନଙ୍କୁ ଘଉଡ଼ାଇ ଥିଲେ। ତେଣୁ ଆମେ ବଞ୍ଚିଗଲୁ। ନ ହେଲେ ସେମାନେ ଆମକୁ ଜୀବନରେ ମାରି ଦେଇଥାନ୍ତେ।” ତେବେ ଏ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିନାହିଁ।

Related story