କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଖବର ମନଗଢା ଓ ବିଭ୍ରାନ୍ତିକର: ପିସିସି ସଭାପତି

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନେଇ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ କରିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ କରିଛନ୍ତି । ଆଜି କଂଗ୍ରେସ ଭବନରେ ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ବାସଭବନରେ ମଧ୍ୟ ଆଲୋଚନା କରିଥିଲେ । ପ୍ରସାଦ ଏହାପରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ […]

con2

Rakesh Mallick
  • Published: Thursday, 30 July 2015
  • , Updated: 31 July 2015, 05:10 PM IST

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନେଇ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ କରିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରୟାସ କରିଛନ୍ତି । ଆଜି କଂଗ୍ରେସ ଭବନରେ ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ବିଧାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ବାସଭବନରେ ମଧ୍ୟ ଆଲୋଚନା କରିଥିଲେ । ପ୍ରସାଦ ଏହାପରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୧୨ ଜଣ ଦଳୀୟ ବିଧାୟକ ଦିଲ୍ଲୀ ଗସ୍ତ କରି ଦଳୀୟ ହାଇକମାଣ୍ଡଙ୍କୁ ଦେଖାକରିବା ସୌଜନ୍ୟମୂଳକ ଥିଲା । ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ମନଗଢା ଓ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି । ପ୍ରସାଦ କହିଥିଲେ ୧୨ଜଣ ଦଳୀୟ ବିଧାୟକ ଦିଲ୍ଲୀ ଗସ୍ତ କାଳରେ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଥିଲେ । ଏହା ବ୍ୟତୀତ ବିଧାୟକମାନେ କିଛି ସାଙ୍ଗଠନିକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି ପ୍ରସ୍ତାବ ସମ୍ପର୍କରେ ମୋ ସହିତ ଆଲୋଚନା କରିବା ପାଇଁ ହାଇକମାଣ୍ଡ କହିଥିବାରୁ ମୁଁ ଆଜି ବିଧାୟକମାନଙ୍କ ସହ ଆଲୋଚନା କରିଥିଲି ।

ପୂର୍ବରୁ ନିର୍ଦ୍ଧାରିତ ସମୟରେ ଆଜି ୧୨ ଜଣ କଂଗ୍ରେସ ବିଧାୟକଙ୍କ ସହ ପ୍ରସାଦ କଂଗ୍ରେସ ଭବନରେ ଆଲୋଚନା କରିଥିଲେ । ମାତ୍ର କିଛି ମିନିଟର ବୈଠକ ପରେ ପ୍ରସାଦ ଓ ଦଳୀୟ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନକୁ ଯାଇଥିଲେ । ସେଠାରେ ପ୍ରାୟ ଏକ ଘଣ୍ଟା କାଳ ଆଲୋଚନା ହୋଇଥିଲେ ହେଁ ବୈଠକ ପରେ କୌଣସି ନେତା ଗଣମାଧ୍ୟମକୁ କିଛି ସୂଚନା ଦେଇ ନ ଥିଲେ । ଅପରାହ୍ନରେ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ୧୨ ଜଣ ଦଳୀୟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ କରିବାକୁ ସୌଜନ୍ୟମୂଳକ ଏବଂ ରାହୁଲଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ ଲାଗି ଥିଲା ବୋଲି ଦର୍ଶାଇ ଥିଲେ । ସୂଚନାଯୋଗ୍ୟ, ୧୨ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଆଗରେ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମକୁ କହିଥିଲେ । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବକ୍ତବ୍ୟ ପରେ ଗଣମାଧ୍ୟମରେ ରାଜ୍ୟ କଂଗ୍ରେସରେ ଥିବା ଅନ୍ଦର୍ଦ୍ୱନ୍ଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

Related story