“ନୂଆ ଲୋକ ନିଯୁକ୍ତି ନହେବା ଯାଏଁ ପ୍ରସାଦ ମୁଖ୍ୟ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୱାଇଁଙ୍କ ପାଇଁ ପୁଣି ଢ଼ାଲ ହୋଇଛନ୍ତି ପୂର୍ବତନ ଅବକାରୀ ମନ୍ତ୍ରୀ ସୁରେଶ ରାଉରରାୟ। ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଦ୍ୱାରା ଅଗ୍ରାହ୍ୟ ହେବା ପରେ ସୁର ରଖିଛନ୍ତି ମନ୍ତବ୍ୟ। ନୂଆ ପିସିସି ସଭାପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରସାଦ ହିଁ ରାଜ୍ୟରେ କଂଗ୍ରେସର ମୁଖିଆ ରହିବେ ବୋଲି ସୁର ଦୃଢ଼କ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି-“ରାହୁଲ ଗାନ୍ଧି ନୂଆ ଲୋକ ନ ପଠାଇବା ଯାଏ ପ୍ରସାଦ ପିସିସି ମୁଖ୍ୟ […]

sura-routray image

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 05:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୱାଇଁଙ୍କ ପାଇଁ ପୁଣି ଢ଼ାଲ ହୋଇଛନ୍ତି ପୂର୍ବତନ ଅବକାରୀ ମନ୍ତ୍ରୀ ସୁରେଶ ରାଉରରାୟ। ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଦ୍ୱାରା ଅଗ୍ରାହ୍ୟ ହେବା ପରେ ସୁର ରଖିଛନ୍ତି ମନ୍ତବ୍ୟ। ନୂଆ ପିସିସି ସଭାପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରସାଦ ହିଁ ରାଜ୍ୟରେ କଂଗ୍ରେସର ମୁଖିଆ ରହିବେ ବୋଲି ସୁର ଦୃଢ଼କ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି-“ରାହୁଲ ଗାନ୍ଧି ନୂଆ ଲୋକ ନ ପଠାଇବା ଯାଏ ପ୍ରସାଦ ପିସିସି ମୁଖ୍ୟ ରହିବେ। ଇସ୍ତଫା ଗ୍ରହଣ ହୋଇଥିଲେ, ନୂଆ ଲୋକ ନିଯୁକ୍ତି ପାଇ ସାରନ୍ତେଣି। ଏଣେ ଏହି ପଦବୀ ପାଇଁ ୧୪/୧୫ ଜଣ ବ୍ୟାକୁଳ ଥିଲେ। ଏବେ ସେମାନଙ୍କ ଆଶା ଫସର ଫାଟି ଯାଇଛି। ପିସିସି ମୁଖିଆ ହେବାକୁ ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ଚିରଂଜୀବ ବିଶ୍ୱାଳ, ରାମ ଖୁଣ୍ଟିଆ, ନବ ଦାସ ପ୍ରମୁଖ ବ୍ୟାକୁଳ ଥିଲେ। ପ୍ରସାଦଙ୍କୁ ବିଦା କରିବାକୁ ବିଜେପୁରରେ ନିଜ ପ୍ରାର୍ଥୀଙ୍କୁ ହରାଇଲେ। ଖାଲି ଭାଷଣ ଦେଲେ କିଛି ହେବ ନାହିଁ।”

Related story