ଭୁବନେଶ୍ୱର: ୨୦୧୭ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ପ୍ରଦେଶ କଂଗ୍ରେସ କମିଟି। ଏଥିପାଇଁ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତ୍ତାଙ୍କ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ। କଂଗ୍ରେସ ନେତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକ ଜାଗରଣ କରିବେ। ଆଗାମୀ ତିନି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ୍ ତଥା ବୁଥ୍ ସ୍ତରୀୟ କଂଗ୍ରେସ କମିଟି ଗଠନ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। କଂଗ୍ରେସ ସାଂଗଠନିକ ଢାଞ୍ଚା ଗଠନ କରିବା ସହ ଆଗାମୀ ୬ ମାସରେ କଂଗ୍ରେସ କର୍ମୀମାନେ କିଭଳି କାର୍ଯ୍ୟ କରିବେ, ସେ ନେଇ ରୂପରେଖ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।