ଛାତ୍ରଙ୍କୁ ଉଠ୍‌ବସ୍‌ ଘଟଣାର ରିପୋର୍ଟ ମାଗିଲେ ଏସ୍‌ପି

Ordigital Desk
  • Published: Wednesday, 25 October 2017
  • , Updated: 25 October 2017, 05:32 PM IST
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ପୋଲିସକୁ ମାମୁ ଡାକିବା ୪ ଜଣ ଛାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଚ୍&zwnj; ରାସ୍ତା ଉପରେ କାନ ଧରି ଉଠ୍ ବସ କରାଇବା ପୋଲିସ କନ୍&zwnj;ଷ୍ଟେବଳଙ୍କ ରିପୋର୍ଟ ଦେବାକୁ ବଲିଆପାଳ ଆଇଆଇସିଙ୍କୁ ବାଲେଶ୍ୱର ଏସ୍&zwnj;ପି ନୀତି ଶେଖର ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍&zwnj;ପି କହିଛନ୍ତି।</p> <p>ଲଙ୍ଗଳେଶ୍ୱର ଥାନା ଅଞ୍ଚଳରେ ଏକ ଘରୋଇ କଲେଜର ୪ଜଣ ଛାତ୍ର କ୍ଲାସ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଜାମକୁଣ୍ଡା ଫାଣ୍ଡି କନଷ୍ଟେବଲ ଦୀପକ ପ୍ରଧାନ ଗାଡିର ହର୍ଣ୍ଣ ମାରିଥିଲେ। ଛାତ୍ରମାନେ ମାମୁ ଆସିଲେଣି ରାସ୍ତା ଛାଡ ବୋଲି କହିଥିଲେ। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ କନଷ୍ଟେବଲ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ଛାତ୍ରଙ୍କୁ ରାସ୍ତା ଉପରେ ଉଠ୍ ବସ କରିବା ଅଭିଯୋଗ ହୋଇଥିଲା।</p>

Related story