ବାସୁଦେବପୁର ଓ ବନ୍ତରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବାସୁଦେବପୁର ଏବଂ ବନ୍ତରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରି ନିଆଯାଇଛି। ବାସୁଦେବପୁର ବ୍ଲକର ଚୂଡ଼ାମଣି, କିସ୍ମତ ଓ କ୍ରିଷନପୁର ପଞ୍ଚାୟତର ସବୁ ଗାଁରୁ କଣ୍ଟେନମେଣ୍ଟ କଟକଣା ଉଠାଯାଇଛି। ସେହିପରି ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତର ସବୁ ଗାଁରୁ  ମଧ୍ୟ ଏହି  କଟକଣା ଉଠାଇ ଦିଆଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଦୁଇ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ […]

jjjjjjjjjjj

Tapaswini Nayak
  • Published: Wednesday, 13 May 2020
  • , Updated: 13 May 2020, 11:10 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବାସୁଦେବପୁର ଏବଂ ବନ୍ତରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରି ନିଆଯାଇଛି। ବାସୁଦେବପୁର ବ୍ଲକର ଚୂଡ଼ାମଣି, କିସ୍ମତ ଓ କ୍ରିଷନପୁର ପଞ୍ଚାୟତର ସବୁ ଗାଁରୁ କଣ୍ଟେନମେଣ୍ଟ କଟକଣା ଉଠାଯାଇଛି। ସେହିପରି ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତର ସବୁ ଗାଁରୁ  ମଧ୍ୟ ଏହି  କଟକଣା ଉଠାଇ ଦିଆଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ଦୁଇ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଗତ ୨୮ ତାରିଖରରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସକ୍ୟା ୫୩୮ରେ ପହଞ୍ଚିଥିବା ବେଳେ ଭଦ୍ରକରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ୧୧୬ଜଣ ସୁସ୍ଥ ହୋଇଛନ୍ତି।

Related story