୮ ଜିଲ୍ଲାରେ ଚିହ୍ନଟ ହୋଇଛି କଣ୍ଟେନମେଣ୍ଟ ଜୋନ୍, ଗୁଜବ ପ୍ରଚାର କରି ୫୫ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୮ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ ହୋଇଛି । ଏହାସହିତ କରୋନା ସଂକ୍ରାନ୍ତ ଗୁଜବ ପ୍ରଚାର କରି ଆଜିସୁଦ୍ଧା ୫୫ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,ରାଜ୍ୟରେ ମୋଟ ୪୨ ଜଣ କରୋନା ସଂକ୍ରମିତ ମାମଲା ପଦାକୁ ଆସିଛି। ଏଥିରେ ସର୍ବାଧିକ […]

subrat

subrat

Manoranjan Sial
  • Published: Wednesday, 08 April 2020
  • Updated: 08 April 2020, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୮ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ ହୋଇଛି । ଏହାସହିତ କରୋନା ସଂକ୍ରାନ୍ତ ଗୁଜବ ପ୍ରଚାର କରି ଆଜିସୁଦ୍ଧା ୫୫ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,ରାଜ୍ୟରେ ମୋଟ ୪୨ ଜଣ କରୋନା ସଂକ୍ରମିତ ମାମଲା ପଦାକୁ ଆସିଛି। ଏଥିରେ ସର୍ବାଧିକ ୩୪ଟି ମାମଲା ଭୁବନେଶ୍ୱରର ରହିଛି। ଭୁବନେଶ୍ୱରରେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ଭୟରେ ଯେଉଁ ସବୁ ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜ୍ୟ ସରକାର ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ଟି କଣ୍ଟେନମେଣ୍ଟ ଜୋନ୍ ଥିବାବେଳେ କଟକ ଜିଲ୍ଲାରେ ୨ଟି, ଗଞ୍ଜାମ ଜିଲ୍ଲାରେ ଗୋଟିଏ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପଦାରୁ ଯଦୁପୁର, ସୂର୍ଯ୍ୟନଗର, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ କଟକ ଜିଲ୍ଲାର ୨ଟି ଜୋନ୍ ଯଥା- ବକ୍ସିବଜାର ଅଂଚଳ ଓ ସାଲେପୁର ବ୍ଲକର କେତେକ ଅଂଚଳ, ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ଲାଲମେଣ୍ଟା ଗାଁ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦ, କେନ୍ଦ୍ରାପଡ଼ା ଜିଲ୍ଲାର ରାଧାନଗର,ବଳଭଦ୍ରପୁର,ନିଆଳି, ଭାତପଡ଼ା, କାନ୍ତିପୁର,ଗୋପ ଆଦି ଅଂଚଳ, ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଦାନଗହରି ଗାଁ, ଜୟପୁର ଶାସନ ଓ ଗାଁ ଛକ, ଭଦ୍ରକର ପୁରୁଣା ବଜାର ଓ ଚରମ୍ପା ରେଳଷ୍ଟେସନ ଅଂଚଳ, କଳାହାଣ୍ଡି ଜିଲ୍ଲାର ବେହେରାଗୁଡ଼ା ନିକଟସ୍ଥ ଗାଁଗୁଡ଼ିକକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ସେହିପରି କରୋନା ସଂକ୍ରାନ୍ତ ଗୁଜବ ସୃଷ୍ଟି କରିଥିବା ୫୫ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଥିବାବେଳେ କୋଭିଡ୍‌-୧୯ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଏପ୍ରିଲ ୭ରୁ ୮ତାରିଖ ସକାଳ ମଧ୍ୟରେ ମୋଟ ୨୬୯ଟି ମାମଲା ରୁଜୁ ହୋଇଛି। ସେଥିରୁ ୨୫୨ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୪ଟି ହୋମ କ୍ୱାରେଣ୍ଟାଇନ୍ ଉଲ୍ଲଘଂନ ଓ ୧୦ଟି କୋଭିଡ-୧୯ ନିୟମ ଉଲ୍ଲଂଘନ ମାମଲା ସାମିଲ ଅଛି। ବିଭିନ୍ନ ଅଭିଯୋଗରେ ୩୦୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସେହିପରି ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟରେ ମୋଟ ୨୪୪୧ଟି ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୪୨ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଜଣକର ମୃତ୍ୟୁ ଘଟିଛି। ଏବେ ୩୯ଜଣ ସଂକ୍ରମିତ ରୋଗୀ ଚିକିତ୍ସା ହେଉଛନ୍ତି। ଆଜି ବିଭିନ୍ନ ମେଡିକାଲରେ ଆଇସୋଲେସନରେ ୯୧ଜଣ କରୋନା ସନ୍ଦିଗ୍ଧ ରହିଛନ୍ତି। ସମଗ୍ର ବିଶ୍ୱରେ ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୭୬୦୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୮୬୯୫୨ଜଣ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭାରତରେ ମୋଟ ୫୧୯୪ଜଣ ସଂକ୍ରମିତ ଥିବାବେଳେ ୧୪୯ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story