ଜୁନ୍ ୧୯ ଓ ୨୬ରେ ସମବାୟ ନିର୍ବାଚନ: ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ରାଜ୍ୟରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ […]

Vote Box

Vote Box

Ordigital Desk
  • Published: Monday, 04 April 2022
  • Updated: 04 April 2022, 09:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ରାଜ୍ୟରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ପ୍ରାଥମିକ ସମବାୟ ସୋସାଇଟିଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ନିମନ୍ତେ ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ସମବାୟ ନିର୍ବାଚନ କମିଶନର ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ହେବ। ସମବାୟ ନିର୍ବାଚନ ପାଇଁ ସରକାର ଚୂଡ଼ାନ୍ତ ପ୍ରସ୍ତୁତି ସାରିଥିବା ସମ୍ପର୍କରେ ମାର୍ଚ୍ଚ ୨୪ତାରିଖରେ ‘ଓଡ଼ିଶା ରିପୋର୍ଟର’ ଏକ ଖବର ପ୍ରକାଶିତ କରିଥିଲା।

ସମବାୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ସମବାୟ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଇତିମଧ୍ୟରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ।

ପ୍ରାଥମିକ ସମବାୟ ସୋସାଇଟିରେ ଜୁନ୍ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ, ଯାଂଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ।

ପ୍ରତି ୫ ବର୍ଷରେ ରାଜ୍ୟରେ ସମବାୟ ନିର୍ବାଚନ ହୋଇଥାଏ, କିନ୍ତୁ ୨୦୨୦ ମସିହାରେ ସବୁ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କରାଇ ନଥିଲେ । ୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମବାୟ ନିର୍ବାଚନ ହେଉଥିବାରୁ ଚାଷୀମାନଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ବିଜେଡି ଏସବୁ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିବାର ସମ୍ଭାବନା ଅଧିକ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos