ଯାହାର ଲୁଣ ଖାଇଲେ, ତାହାରି ଘରେ ଡକାୟତି କଲେ

କଟକ(ଓଡ଼ିଶା ରିପୋର୍ଟର): ଯାହାର ଲୁଣ ଖାଇଲେ, ତାହାରି ଘରେ ଡକାୟତି କଲେ। ମାଲିକ କରିଥିବା ସଂସ୍ଥାରୁ ଚାକିରି ଛାଡ଼ିବା ପରେ ଅସାମାଜିକ ସହଯୋଗୀଙ୍କୁ ଧରି ମାଲିକ ଘରେ କଳାକନା ବୁଲାଇ ଦେଲେ। ଗତ ୨୧ ତାରିଖରେ କଟକ ମହାନଦୀ ବିହାର ଅଞ୍ଚଳର ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ଘଟଣାରେ ଏଭଳି ସତ୍ୟ ଉଦ୍‌ଘାଟନ କରିଛି ପୁଲିସ। ଏହି ମାମଲାରେ ପୁଲିସ ମୋଟ ୫ ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ସେମାନଙ୍କ ଠାରୁ ଲୁଟ୍ ଟଙ୍କା ଓ ଜିନିଷ […]

poli

poli

Niranjan Mishra
  • Published: Saturday, 29 October 2022
  • Updated: 29 October 2022, 08:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଯାହାର ଲୁଣ ଖାଇଲେ, ତାହାରି ଘରେ ଡକାୟତି କଲେ। ମାଲିକ କରିଥିବା ସଂସ୍ଥାରୁ ଚାକିରି ଛାଡ଼ିବା ପରେ ଅସାମାଜିକ ସହଯୋଗୀଙ୍କୁ ଧରି ମାଲିକ ଘରେ କଳାକନା ବୁଲାଇ ଦେଲେ। ଗତ ୨୧ ତାରିଖରେ କଟକ ମହାନଦୀ ବିହାର ଅଞ୍ଚଳର ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ଘଟଣାରେ ଏଭଳି ସତ୍ୟ ଉଦ୍‌ଘାଟନ କରିଛି ପୁଲିସ। ଏହି ମାମଲାରେ ପୁଲିସ ମୋଟ ୫ ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ସେମାନଙ୍କ ଠାରୁ ଲୁଟ୍ ଟଙ୍କା ଓ ଜିନିଷ ଜବତ କରାଯାଇଛି। ଏନେଇ ଆଜି କଟକ ଡିସିପି­ ପିନାକ ମିଶ୍ର ତାଙ୍କ କାର୍ଯ୍ୟାଳୟ ଠାରେ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଭିଯୋଗକାରୀ ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କ ପାଖରେ ପୂର୍ବରୁ କାମ କରୁଥିବା ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ପଟ୍ଟନାୟକ। ସେ ଏହି ଘଟଣାର ମାଷ୍ଟର ମାଇଣ୍ଡ। ଚାକିରି ସମୟରେ ଦିପ୍ତୀରଞ୍ଜନଙ୍କ ଘରକୁ ଚିତ୍ତରଞ୍ଜନଙ୍କ ଅବାଧ ଯାତାୟତ ଥିଲା। ଅଭିଯୁକ୍ତ ଜଣକ ଦୀପ୍ତିଙ୍କ ଆର୍ଥିକ କାରବାର ଦେଖୁଥିଲା। କୌଣସି କାରଣକୁ ନେଇ ଚିତ୍ତରଞ୍ଜନ ଚାକିରି ଛାଡ଼ିଥିଲା। ପରେ ସେ ତାଙ୍କର ଅନ୍ୟତମ ସହଯୋଗୀ ତାପସ କୁମାର ଜେନାଙ୍କୁ ଡକାୟତି କରିବା ନେଇ ସହଯୋଗ କରିବାକୁ କହିଥିଲା। ତାପସ ଏହି ଯୋଜନାକୁ ରୂପ ଦେବା ପାଇଁ ସାଗର ନାମକ ଜଣେ ବ୍ୟକ୍ତିର ସହଯୋଗ ମାଗିଥିଲା। ସାଗର ତାଙ୍କ ଗ୍ୟାଙ୍ଗର ଦୀପକ ଓଝା, ବିଜୟ ପଟେଲ ଓ ଗଣେଶ ପ୍ରସାଦ ସୋନିଙ୍କୁ ଡକାୟତି କରିବାକୁ ଏକାଠି କରିଥିଲା।

ଗତ ୨୧ ତାରିଖରେ ସକାଳେ ଦିପ୍ତୀଙ୍କ ପୁଅକୁ ଟ୍ୟୁସନ୍ ଦେବାକୁ ଜଣେ ଶିକ୍ଷକ ଘରକୁ ପଶିବା ବେଳେ ଅଭିଯୁକ୍ତମାନେ ଏହି ସମୟରେ ଆକ୍ରମଣ କରିଥିଲେ। ଦିପ୍ତୀରଞ୍ଜନ ଓ ତାଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ନଗଦ ୧୮ ଲକ୍ଷ ଟଙ୍କା ଓ ସୁନା ଗହଣା ଦୁର୍ବୁତ୍ତମାନେ ଲୁଟି ନେଇଥିଲେ। ଏନେଇ ଏତଲାକୁ ଭିତ୍ତି କରି କମିଶନରେଟ ପୁଲିସ ଜଣେ ଏସିପି, ଚାଉଳିଆଗଞ୍ଜ ଆଇଆଇସି, ସ୍ପେଶାଲ ସ୍କ୍ୱାଡ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଥିଲେ। ସିସିଟିଭି ଫୁଟେଜ୍ ଓ ଅନ୍ୟ ବୈଷୟିକ ତଥ୍ୟ ଆଧାରରେ ଅପରାଧିମାନଙ୍କୁ କଟକର ବିଭିନ୍ନ ସ୍ଥାନରୁ ପୁଲିସ ଧରିଥିଲା।

ତେବେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସାଗର ପୁଲିସକୁ ଚକମ୍ ଦେଇ ଖସି ଯାଇଛି। ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଏକ ଲକ୍ଷ ୭୮ ହଜାର ଟଙ୍କା, ୭ ଟି ମୋବାଇଲ, ଏକ କାର, ଏକ ବାଇକ ସହ ଏକ ଛୁରୀ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story