ବାଲେଶ୍ୱର ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଷ୍ଟେସନରେ ଆଜି ୬ଟି  ଶ୍ରମିକ ଏକ୍ସପ୍ରେସ  ପହଞ୍ଚିବ।  ଫଳରେ ବହୁ ସଂଖ୍ୟାରେ ପ୍ରବାସୀ ଏହି ଷ୍ଟେଶନରେ ଓହ୍ଲାଇବାକୁ ଥିବାରୁ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ ମିଆଦ। ଗତକାଲି ରାତି ୧୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଆଜି ଆସୁଥିବା ୬ଟି ଶ୍ରମିକ ଏକ୍ସପ୍ରେସରେ କେବଳ ବାଲେଶ୍ୱର ଷ୍ଟେଶନରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ […]

bls-1--1

Niharika Rout
  • Published: Thursday, 14 May 2020
  • , Updated: 14 May 2020, 07:42 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଷ୍ଟେସନରେ ଆଜି ୬ଟି  ଶ୍ରମିକ ଏକ୍ସପ୍ରେସ  ପହଞ୍ଚିବ।  ଫଳରେ ବହୁ ସଂଖ୍ୟାରେ ପ୍ରବାସୀ ଏହି ଷ୍ଟେଶନରେ ଓହ୍ଲାଇବାକୁ ଥିବାରୁ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ ମିଆଦ। ଗତକାଲି ରାତି ୧୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଆଜି ଆସୁଥିବା ୬ଟି ଶ୍ରମିକ ଏକ୍ସପ୍ରେସରେ କେବଳ ବାଲେଶ୍ୱର ଷ୍ଟେଶନରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ  ଓହ୍ଲାଇବାର ସମ୍ଭାବନା ରହିଛି ।  ସଂପୃକ୍ତ ଶ୍ରମିକମାନେ ପ୍ଲାଟଫର୍ମରେ ଓହ୍ଲାଇବା ପରେ ଗହଳିକୁ ଦୃଷ୍ଟିକୁ ରଖି ଷ୍ଟେଶନ ଅଞ୍ଚଳର  ୫୦୦ ମିଟର ପରିଧି ମଧ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଫଳରେ ଶ୍ରମିକମାନେ ପାଦରେ ଚାଲି ଚାଲି କିମ୍ବା ଗାଡ଼ିରେ କେଉଁ ଆଡ଼େ ଯାଇପାରିବେ ନାହିଁ।  ସେଠାରୁ ସମସ୍ତଙ୍କୁ ନିଜ ନିଜ ଇଲାକାର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନିଆଯିବ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି ।

Related story