ସଂକ୍ରମଣ କମୁଛି ନା ବଢୁଛି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଦ୍ୱନ୍ଦ୍ୱ । ବାସ୍ତବରେ ସଂକ୍ରମଣ କମୁଛି ନା ବଢୁଛି ତାକୁ ନେଇ ଦେଖାଦେଇଛି ଗୋଳମାଳିଆ ସ୍ଥିତି । କାରଣ ଗଲା ୩ ଦିନରେ ପଜିଟିଭ୍ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି।  ମାତ୍ର ଅସଲ କଥା ହେଉଛି ଏହି ୩ ଦିନରେ ଟେଷ୍ଟିଂ ବି ବହୁମାତ୍ରାରେ ହ୍ରାସ ପାଇଛି।  ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢୁଥିବା ବେଳେ ଟେଷ୍ଟିଂ କମିଯିବାକୁ ନେଇ ସେମାନେ […]

corona-3.2

corona-3.2

Tapas Behera
  • Published: Tuesday, 29 September 2020
  • Updated: 29 September 2020, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଦ୍ୱନ୍ଦ୍ୱ । ବାସ୍ତବରେ ସଂକ୍ରମଣ କମୁଛି ନା ବଢୁଛି ତାକୁ ନେଇ ଦେଖାଦେଇଛି ଗୋଳମାଳିଆ ସ୍ଥିତି । କାରଣ ଗଲା ୩ ଦିନରେ ପଜିଟିଭ୍ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି।  ମାତ୍ର ଅସଲ କଥା ହେଉଛି ଏହି ୩ ଦିନରେ ଟେଷ୍ଟିଂ ବି ବହୁମାତ୍ରାରେ ହ୍ରାସ ପାଇଛି।  ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢୁଥିବା ବେଳେ ଟେଷ୍ଟିଂ କମିଯିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏଣେ ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ସେରୋ ସର୍ଭେ ଅନୁସାରେ ଏଯାଏଁ ୧୦ ପ୍ରତିଶତ ଲୋକଙ୍କ ଦେହରେ ବି ଆଣ୍ଟିବଡି ସୃଷ୍ଟି ହୋଇନି । ଏଣୁ ଏବେ ସଂକ୍ରମଣ କମିବା ସମ୍ଭାବନା କମ୍ ବୋଲି କୁହାଯାଉଛି।

ଗତ ୨୬ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ୩୯୨୨ ପଜିଟିଭ୍ । ୨୭ରେ ସଂଖ୍ୟା ୩୨୩୫କୁ କମିଥିବା ବେଳେ ୨୮ ତାରିଖରେ ସଂଖ୍ୟା ଆହୁରି କମି ୩ହଜାର ୬୭ ହୋଇଛି । ତେଣୁ ଗଲା କିଛି ଦିନର ଟ୍ରେଣ୍ଡକୁ ଦେଖିଲେ ରାଜ୍ୟ ସଂକ୍ରମଣ ତଳ ମୁହାଁ ହୋଇଥିବା ଜଣାପଡୁଛି । ମାତ୍ର ଏହା ଅସଲ କଥା ନୁହେଁ । ଅସଲ କଥା ହେଉଛି ସେପଟେମ୍ବରର ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଥିଲେ ମଧ୍ୟ ରାଜ୍ୟରେ କମିଛି ଟେଷ୍ଟିଂ । ୨୬ ତାରିଖରେ ୪୯ହଜାର ୪୯ ନମୁନା ପରୀକ୍ଷା କରାଯାଇଖିବା ବେଳେ ୨୭ ତାରିଖରେ ୪୭ ବଜାର ୬୩୪ଜ ଓ ୨୮ରେ ଏହା ଆହୁରି କମି ୪୧ ହଜାର ୪୫୨ଜଣଙ୍କ ଟେଷ୍ଟିଂ ହୋଇଛି । ଏଣେ ଭୁବନେଶ୍ୱରରେ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୦ ପ୍ରତିଶତ ଲୋକଙ୍କ ଦେହରେ ବି ଆଣ୍ଟିବଡ଼ି ସୃଷ୍ଟି  ହୋଇନି ।

ତେଣୁ ଆଉ କିଛି ସ୍ଥିତିରେ ପରିବର୍ତ୍ତନ ହେବା ସମ୍ଭାବନା କମ୍ । ତେବେ ଅକ୍ଟୋବର ଆଡ଼କୁ ସ୍ଥିତିରେ ସୁଧାର ଆସିପାରେ ବୋଲି କହିଛନ୍ତି ବିଏମସି କମିଶନର। ତେବେ ଏନେଇ ବର୍ତ୍ତମାନ କିଛି  କହିହେବନି ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । କରୋନା ସମ୍ପର୍କରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଅନୁଧ୍ୟାନ ହୋଇନି, ତେଣୁ ଥରେ ହେଲେ ଆଉ ହେବ ନା ନାହିଁ, ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ତାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବ ନା ନାହିଁ ତାହା କହିବା ମୁସ୍କିଲ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ ରାଜ୍ୟରେ କରୋନା ପରିଚାଳନାକୁ ନେଇ ପୁଣି ବର୍ଷିଛନ୍ତି ବିରୋଧୀ । ଠିକ୍‌ରେ ଟେଷ୍ଟିଂ ହେଉନଥିବାରୁ ଠିକ୍ ତଥ୍ୟ ଆସୁନଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ଅନ୍ୟପକ୍ଷରେ ବିଧାନସଭା ଚାଲିଥିବାରୁ ସରକାର ଜାଣିଶୁଣି କମ୍ ଟେଷ୍ଟିଂ କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ତେବେ ଆବଶ୍ୟକତା ଅନୁଯାୟୀ ଟେଷ୍ଟିଂ ହେଉଛି ଓ ଅନ୍ୟ ରାଜ୍ୟ ମଧ୍ୟ ଟେଷ୍ଟିଂ ସଂଖ୍ୟା କମାଇଥିବା ଯୁକ୍ତି ବାଢିଛି ବିଜେଡି।

ଅଗଷ୍ଟରେ ସଂକ୍ରମଣ ଶୀର୍ଷରେ ରହିବ ବୋଲି କୁହାଯାଉଥିଲା ତେବେ ସେପଟେମ୍ବରର ସ୍ଥିତି ଅତି ସାଂଘାତିକ ହେଲା ଆଉ କିଛି ଦିନ ହେବ ଅତି ଉଦ୍‌ବେଗଜନକ ଭାବେ ବଢୁଛି ସଂକ୍ରମଣ ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ବି ବଢି ଚାଲିଛି । ଏଭଳି ସଂକଟଜନକ ସ୍ଥିତିରେ ସରକାର ଟେଷ୍ଟିଂ କାହିଁକି କମାଇଲେ ତାକୁ ନେଇ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos