କୋଭିଡ୍ ପରିଚାଳନା: ୩୦ ଜିଲ୍ଲା ଦାୟିତ୍ୱରେ ୨୧ ଆଇଏଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ୨୧ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଅଫିସରମାନେ ନିଜ ଦାୟିତ୍ୱ ସହ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାର କୋଭିଡ୍ ମୁକାବିଲା ଓ ପରିଚାଳନା ଦାୟିତ୍ୱରେ ରହିବେ। କେବଳ ଗଜପତି ଜିଲ୍ଲା ଦାୟିତ୍ୱରେ ଦୁଇଜଣ ଆଇଏଏସ ରହିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ରାଜଧାନୀ ଭୁବନେଶ୍ୱର ପାଇଁ ୨ ଆଇଏଏସ୍ ଅନୁ […]

Corona

Tapas Behera
  • Published: Thursday, 15 April 2021
  • , Updated: 15 April 2021, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ୨୧ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଅଫିସରମାନେ ନିଜ ଦାୟିତ୍ୱ ସହ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାର କୋଭିଡ୍ ମୁକାବିଲା ଓ ପରିଚାଳନା ଦାୟିତ୍ୱରେ ରହିବେ। କେବଳ ଗଜପତି ଜିଲ୍ଲା ଦାୟିତ୍ୱରେ ଦୁଇଜଣ ଆଇଏଏସ ରହିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ରାଜଧାନୀ ଭୁବନେଶ୍ୱର ପାଇଁ ୨ ଆଇଏଏସ୍ ଅନୁ ଗର୍ଗ ଓ ଏନ୍ ଥିରୁମାଳା ନାଏକଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ, ବଲାଙ୍ଗିର,ବରଗଡ଼ ଓ ନୂଆପଡ଼ା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିକୁଞ୍ଜ ବିହାରୀ ଧଳ, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ ର୍ଶମା ଓ ସୁରେଶ ଚନ୍ଦ୍ର ଦଳାଇ, ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ଚିତ୍ରା ଅରୁମୁଗମଙ୍କୁ ଏବଂ ଗଞ୍ଜାମ ଓ ଗଜପତି ପାଇଁ ଜି.ମାଥିଭାଥାନନ୍ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ଗଜପତି ଜିଲ୍ଲା ଦାୟିତ୍ୱରେ ଆଇଏଏସ ତେମଜେୱାଙ୍ଗପାଙ୍ଗ ଆଓ ମଧ୍ୟ କୋଭିଡ୍ ପର୍ଯ୍ୟବେକ୍ଷକ ଅଛନ୍ତି।

ସେହିପରି କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଶାଶ୍ୱତ ମିଶ୍ର ଓ ବିଷ୍ଣୁପ୍ରସାଦ ମିଶ୍ର ରହିଥିବାବେଳେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଦାୟିତ୍ୱରେ ଭିଭି ଯାଦବ ଓ ରସିଦ୍ ଖାନ୍ , ଅନୀଲ କୁମାର ସାମଲଙ୍କୁ କଟକ ସହର, କଟକ ଗ୍ରାମାଂଚଳ, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଂଚଳର କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ସୁଶାନ୍ତ ମହାପାତ୍ର ସ୍ୱତନ୍ତ୍ର ଭାବେ କଟକ ସହର ଓ କଟକ ଗ୍ରାମାଂଚଳର କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।

Related story