କରୋନା ନିୟନ୍ତ୍ରଣ: ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲା ପାଇଁ ହେବ ସ୍ୱତନ୍ତ୍ର ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସମେତ ମୋଟ ୪ଟି ଜିଲ୍ଲାରେ ଅଂଚଳଭିତ୍ତିକ ରଣନୀତି ମାଧ୍ୟମରେ ଆସନ୍ତା ସପ୍ତାହ ମଧ୍ୟରେ ସଂକ୍ରମଣ ହାର ହ୍ରାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ପରିସ୍ଥିତିର ସମୀକ୍ଷା ସହ ରଣନୀତି ସମ୍ପର୍କରେ ଅବଗତ ହୋଇଥିଲେ। ଖୋର୍ଦ୍ଧା, କଟକ ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଅଂଚଳଭିତ୍ତିକ […]

corona

corona

Manoranjan Sial
  • Published: Tuesday, 18 August 2020
  • Updated: 18 August 2020, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସମେତ ମୋଟ ୪ଟି ଜିଲ୍ଲାରେ ଅଂଚଳଭିତ୍ତିକ ରଣନୀତି ମାଧ୍ୟମରେ ଆସନ୍ତା ସପ୍ତାହ ମଧ୍ୟରେ ସଂକ୍ରମଣ ହାର ହ୍ରାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି।

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ପରିସ୍ଥିତିର ସମୀକ୍ଷା ସହ ରଣନୀତି ସମ୍ପର୍କରେ ଅବଗତ ହୋଇଥିଲେ। ଖୋର୍ଦ୍ଧା, କଟକ ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଅଂଚଳଭିତ୍ତିକ ରଣକୌଶଳ ଅବଲମ୍ବନ କରିବା ନିମନ୍ତେ ସେ ପରାମର୍ଶ ଦେବା ସହ ଆସନ୍ତା ସପ୍ତାହ ସୁଦ୍ଧା ଏସବୁ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ଲାଜମାଦାତାମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶଂସା ପତ୍ର ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେବା ସହ ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୍ ହସ୍ପିଟାଲରେ କାମ କରୁଥିବା କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କ ସହ ସିଧାସଳଖ ଫୋନ୍ ମାଧ୍ୟମରେ ଆଲୋଚନା କରି ସେମାନଙ୍କଠୁ ମତାମତ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେସୁଦ୍ଧା ରାଜ୍ୟରେ ୫ଟି ପ୍ଲାଜମା ଥେରାପି ୟୁନିଟ୍ ସ୍ଥାପନ ହୋଇଛି। କୋଭିଡ୍ ରୋଗ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପିର ଉପାଦେୟତା ପ୍ରମାଣିତ ହୋଇଥିବାରୁ ଆସନ୍ତା ସପ୍ତାହସୁଦ୍ଧା କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜମା ବ୍ୟାଙ୍କ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜ୍ୟରେ ସପ୍ତାହକ ମଧ୍ୟରେ ଦୈନିକ କୋଭିଡ୍ ଟେଷ୍ଟ ସଂଖ୍ୟା ୫୦ହଜାରକୁ ବୃଦ୍ଧି ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଜାତୀୟସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ଓଡ଼ିଶା ପରିଣତ ହୋଇଥିବା ବୈଠକରେ ସୂଚିତ କରାଯାଇଥିଲା। ପ୍ରତି ୧୦ଲକ୍ଷ ଲୋକ ସଂଖ୍ୟାରେ ୧୦୯୬ଟି ଟେଷ୍ଟ ଓଡ଼ିଶା କରୁଛି। ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ୫୦ଲକ୍ଷରୁ ଅଧିକ ଲୋକ ପ୍ରଶିକ୍ଷଣ ପାଇଛନ୍ତି ଓ ରାଜ୍ୟରେ ଅଧିକ ସଂଖ୍ୟକ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି, ୟୁରିଆ ସାରର ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story