ମୃତ୍ୟୁର ତଥ୍ୟ ସହ ବି ଖେଳୁଛନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବାର ବାହାବା ନେଉଥିବା ଓଡ଼ିଶା ସରକାର ଗତ କିଛିବର୍ଷ ଧରି ମ୍ୟାଲେରିଆ ଓ ଯକ୍ଷ୍ମା ଭଳି ରୋଗର ମୁକାବିଲା ଦିଗରେ ଫେଲ୍ ମାରିଛନ୍ତି। ଏପରିକି ମ୍ୟାଲେରିଆ ଓ ଯକ୍ଷ୍ମାରେ ପ୍ରାଣ ହରାଇଥିବା ଲୋକଙ୍କ ସଠିକ୍ ତଥ୍ୟ ରଖିବାରେ ବି ସରକାର ସକ୍ଷମ ହୋଇନାହାନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଦୁଇଟି ନିର୍ଦ୍ଦେଶାଳୟର ଭିନ୍ନ ଭିନ୍ନ ତଥ୍ୟ ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। କେନ୍ଦ୍ର […]

spain corona

spain corona

Tapas Behera
  • Published: Saturday, 01 August 2020
  • Updated: 01 August 2020, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବାର ବାହାବା ନେଉଥିବା ଓଡ଼ିଶା ସରକାର ଗତ କିଛିବର୍ଷ ଧରି ମ୍ୟାଲେରିଆ ଓ ଯକ୍ଷ୍ମା ଭଳି ରୋଗର ମୁକାବିଲା ଦିଗରେ ଫେଲ୍ ମାରିଛନ୍ତି। ଏପରିକି ମ୍ୟାଲେରିଆ ଓ ଯକ୍ଷ୍ମାରେ ପ୍ରାଣ ହରାଇଥିବା ଲୋକଙ୍କ ସଠିକ୍ ତଥ୍ୟ ରଖିବାରେ ବି ସରକାର ସକ୍ଷମ ହୋଇନାହାନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଦୁଇଟି ନିର୍ଦ୍ଦେଶାଳୟର ଭିନ୍ନ ଭିନ୍ନ ତଥ୍ୟ ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ ନିମନ୍ତେ ପ୍ରତିବର୍ଷ କୋଟିକୋଟି ଟଙ୍କା ସହାୟତା ମିଳୁଥିବା ସତ୍ତ୍ୱେ ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ପ୍ରାୟ ୧୩ହଜାର ୮୮୪ଜଣଙ୍କ ମୃତ୍ୟୁ ଘଟିଛି। କେବଳ ୨୦୨୦ ମସିହାରେ ପ୍ରଥମ ୭ମାସରେ (ଜୁଲାଇ ୨୦ତାରିଖ ସୁଦ୍ଧା) ୯୩୭ଜଣଙ୍କ ମୃତ୍ୟୁ ହୋଇଛି। ମ୍ୟାଲେରିଆରେ ପ୍ରତିବର୍ଷ ହାରାହାରି ୨୦୦୦ ଲୋକ ଓ ଯକ୍ଷ୍ମାରେ ୨୫୦୦ଲୋକଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ମ୍ୟାଲେରିଆ ଓ ଯକ୍ଷ୍ମା ମୃତ୍ୟୁକୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭାଇଟାଲ୍ ଷ୍ଟାଟିଟିକ୍ସ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଏହି ଦୁଇଟି ନିର୍ଦ୍ଦେଶାଳୟର ଭିନ୍ନ ଭିନ୍ନ ତଥ୍ୟ ହିଁ ସରକାର ଯୁକ୍ଷ୍ମା ଓ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର ବାସ୍ତବତାକୁ ପଦାରେ ପକାଇଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯକ୍ଷ୍ମା ଓ ମ୍ୟାଲେରିଆରେ ରାଜ୍ୟରେ ମୋଟ ୧୦,୦୪୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ଏହି ଅବଧିରେ ୧୧,୧୧୭ଜଣଙ୍କ ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୨୦୧୫ରେ ୨୪୫୧, ୨୦୧୬ରେ ୨୩୮୦, ୨୦୧୭ରେ ୨୫୫୩, ୨୦୧୮ରେ ୨୬୬୩, ୨୦୧୯ରେ ୨୯୦୦ ଓ ୨୦୨୦ ଜୁଲାଇ ୨୦ ମଧ୍ୟରେ ୯୩୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ୨୦୧୫ରେ ୩୪୯୯, ୨୦୧୬ରେ ୩୫୦୦, ୨୦୧୭ରେ ୨୩୩୫ ଓ ୨୦୧୮ରେ ୧୭୮୩ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଦୁଇଟି ନିର୍ଦ୍ଦେଶାଳୟର ଭିନ୍ନ ଭିନ୍ନ ତଥ୍ୟ ହିଁ ରାଜ୍ୟ ସରକାର କିଭଳି ତଥ୍ୟରେ ଭେଳିକି ସୃଷ୍ଟି କରନ୍ତି ଓ ବାସ୍ତବତାଠୁ ବହୁ ଦୂରରେ ରହି ପ୍ରଶାସନିକ ଅଫିସରମାନେ ତଥ୍ୟ ପ୍ରଦାନ କରି ବାହାବ ସାଉଁଟିଥାନ୍ତି ତାହା ଉଜାଗର ହୋଇଛି। ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ସୂଚନା ଅଧିକାର ଆଇନ ବଳରେ ଏହି ଦୁଇ ନିର୍ଦ୍ଦେଶାଳୟ ଏଭଳି ତଥ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story