ରାଜ୍ୟରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ଜଣଙ୍କ କରୋନାରେ ଜୀବନ ଯାଇଛି।  ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୮୭୫କୁ ବଢିଛି।   ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬, ନୟାଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ ବାଲେଶ୍ୱରରୁ ୨ ଲେଖାଏଁ, ଜଗତସିଂହପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଦିନକରେ ରେକର୍ଡ ସଂଖ୍ୟକ ୩ ହଜାର ୬ଶହ କରୋନା ପଜିଟିଭ ଚିହ୍ନଟ […]

1-corona

Tapas Behera
  • Published: Monday, 05 October 2020
  • , Updated: 05 October 2020, 06:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ଜଣଙ୍କ କରୋନାରେ ଜୀବନ ଯାଇଛି।  ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୮୭୫କୁ ବଢିଛି।   ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬, ନୟାଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ ବାଲେଶ୍ୱରରୁ ୨ ଲେଖାଏଁ, ଜଗତସିଂହପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଦିନକରେ ରେକର୍ଡ ସଂଖ୍ୟକ ୩ ହଜାର ୬ଶହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୦୯ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ୧୪୯୧ ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୭୬୬, କଟକରୁ ୩୫୮, ଷ୍ଟେଟପୁଲରୁ ୧୫୮, ମୟୂରଭଂଜରୁ ୧୫୬, ପୁରୀରୁ ୧୧୫ ଓ ଗଂଜାମରୁ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

Related story