ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ଗଜପତିରୁ ଜଣେ ଭଦ୍ରକରୁ ଜଣେ, ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ ମହିଳା ଥିବା ଜଣାଯାଇଛି।
Regret to inform the demise of Six Covid positive patients while under treatment in hospitals.
1. A 44-year old male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 24, 2020
2. A 71-year old male of Rayagada district who was also suffering from Diabetes, Hypertension and Chronic Kidney Disease.
3. A 53-year old male of Gajapati district.
4. A 59-year old female of Ganjam district.
5. A 50-year old female of Ganjam district.
— H & FW Dept Odisha (@HFWOdisha) July 24, 2020
6. A 60-year old male of Bhadrak district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 24, 2020
ଗଞ୍ଜାମ ଜିଲ୍ଲାର ୨ ମୃତ ମହିଳାଙ୍କ ବୟସ ୫୦, ୫୯ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୪୪ ବର୍ଷ। ଏହି ବ୍ୟକ୍ତିଜଣକ ମଧୁମେହରେ ପୀଡ଼ିତ ଥିଲେ।
ରାୟଗଡ଼ାର ଜଣେ ୭୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କୀଡନୀଜନିତ ରୋଗରେ ପୀଡ଼ିତ ଥିଲେ। ଏହାବ୍ୟତୀତ ଭଦ୍ରକର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
ସେମାନଙ୍କ ବ୍ୟତୀତ ଗଜପତି ଜିଲ୍ଲାର ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।