ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ୫ ବର୍ଷୀୟ ଶିଶୁ ସମେତ ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମୃତକ ୭ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ରାୟଗଡ଼ା ଜିଲ୍ଲାର ୨ କଟକର ଜଣେ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ବୟସ ଯଥାକ୍ରମେ ୫୫, ୫୬ ଓ ୩୯ ବର୍ଷ ବୋଲି ଜଣାଯାଇଛି। ରାୟଗଡ଼ାର ଆଖି ବୁଜିଥିବା ୨ କରୋନା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୧ ଓ ୭୨ ବର୍ଷ। ୭୨ ବର୍ଷୀୟ ବୃଦ୍ଧଜଣକ ମଧୁମେହରେ ପୀଡ଼ିତ ଥିଲେ। କଟକର ଜଣେ ୪୫ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଥିବା ବେଳେ ସେ ମଧୁମେହ ଓ ଆସ୍ଥମାରେ ପୀଡ଼ିତ ଥିଲେ।
ଏହାବ୍ୟତୀତ ଭୁବନେଶ୍ୱରର ଜଣେ ୫ ବର୍ଷୀୟ ଶିଶୁ କରୋନାରେ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Regret to inform the demise of 7 Covid positive patients while under treatment in hospitals.
1. A 55-year old male of Ganjam district.
2. A 72-year old male of Rayagada district who was also suffering from Diabetes.
3. A 31-year old male of Rayagada district.
— H & FW Dept Odisha (@HFWOdisha) July 28, 2020
4. A 56-year old male of Ganjam district .
5. A 45-year old male of Cuttack district who was also suffering from Bronchial asthma and Diabetes.
6. A 39-year old male of Ganjam district.
— H & FW Dept Odisha (@HFWOdisha) July 28, 2020
7. A 5-year old male child of Bhubaneswar who was also suffering from Cerebral Palsy with seizure disorder.
— H & FW Dept Odisha (@HFWOdisha) July 28, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।