ଓଡ଼ିଶାରେ ‘କରୋନା ’ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିନି : ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଥିଲେ ମଧ୍ୟ ଓଡ଼ିଶାରେ ଏହା ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ସ୍ଥିତି(ତୃତୀୟ ପର୍ଯ୍ୟାୟ)ରେ ପ୍ରବେଶ କରିନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ( ଆଇଆଇପିଏଚ୍ ) ଦ୍ୱାରା ଓଡ଼ିଶା ସରକାରଙ୍କୁ ମିଳିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି। ଆଜି ନିୟମିତ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମିଳିଥିବା କୋଭିଡ-୧୯ ସଂକ୍ରମିତ […]

d-1

d-1

Tapas Behera
  • Published: Monday, 06 April 2020
  • Updated: 06 April 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଥିଲେ ମଧ୍ୟ ଓଡ଼ିଶାରେ ଏହା ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ସ୍ଥିତି(ତୃତୀୟ ପର୍ଯ୍ୟାୟ)ରେ ପ୍ରବେଶ କରିନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ( ଆଇଆଇପିଏଚ୍ ) ଦ୍ୱାରା ଓଡ଼ିଶା ସରକାରଙ୍କୁ ମିଳିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ନିୟମିତ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମିଳିଥିବା କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି ବିଶେଷଙ୍କର ବାହାରକୁ ଗସ୍ତ କରିଥିବା ସମ୍ବନ୍ଧୀୟ ରେକର୍ଡ ରହିଛି ବା ସେମାନେ ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି। ତେବେ ଭୁବନେଶ୍ୱରର କେତେକ ନିର୍ଦ୍ଦିଷ୍ଟ କ୍ଲଷ୍ଟରରେ ସ୍ଥାନୀୟ ସଂକ୍ରମଣ ହୋଇଛି। କରୋନା ସଂକ୍ରମଣପ୍ରବଣ ଅଞ୍ଚଳ ଭାବେ ଚିହ୍ନିଟ ହୋଇଥିବା ବମିଖାଲ ଓ ସୂର୍ଯ୍ୟନଗର ସମେତ କେତେକ ଅଞ୍ଚଳରେ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି । ସମ୍ପୃକ୍ତ ଅଂଚଳଗୁଡ଼ିକୁ ବ୍ୟାପକ ବିଶୋଧନ କରିବା ପ୍ରକ୍ରିୟା ଜାରି ରହିଛି। ଯେଉଁସବୁ ଅଞ୍ଚଳକୁ କ୍ଲଷ୍ଟର ସଂକ୍ରମଣ ନିରୋଧ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ସେଠାରେ ଲୋକମାନଙ୍କ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି। କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ କିମ୍ବା ସେଠାକୁ କୌଣସି ଲୋକ ଯାଇପାରିବେ ନାହିଁ ବୋଲି ଶ୍ରୀ ବାଗଚୀ ସ୍ପଷ୍ଟ କରିଛନ୍ତି।

ଶ୍ରୀ ବାଗଚୀ ସମଗ୍ର ଦେଶରେ ଆଜିସୁଦ୍ଧା ୪୦୬୭ଜଣ ସଂକ୍ରମିତ ଓ ୧୦୯ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। କରୋନା ସଂକ୍ରମିତ ଦେଶ ଭାବେ ଭାରତ ସମଗ୍ର ବିଶ୍ୱରେ ୨୮ତମ ସ୍ଥାନରେ ଥିବାବେଳେ ଓଡ଼ିଶା ଜାତୀୟସ୍ତରରେ ୧୯ତମ ସଂକ୍ରମିତ ରାଜ୍ୟ। ତେଣୁ କୋହଳ ମନୋଭାବ ପୋଷଣ କରିବାର ପ୍ରଶ୍ନ ଉଠୁନାହିଁ। ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟରେ ମୋଟ ୧୮୮୮ଟି ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଛି। ଏବେସୁଦ୍ଧା ମୋଟ ୩୯ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମମଧ୍ୟରୁ ୨ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସଂକ୍ରମିତ ଥିବା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱରରେ ୩୦ଜଣ, ଭଦ୍ରକରେ ୩ଜଣ, କଟକ,କଳାହାଣ୍ଡି,ଯାଜପୁର ଓ ପୁରୀରେ ଜଣେ ଲେଖାଏଁ ଅଛନ୍ତି । ବିଭିନ୍ନ ମେଡିକାଲରେ ୮୭ଜଣ କରୋନା ସନ୍ଦିଗ୍ଧଙ୍କର ଚିକିତ୍ସା ଚାଲିଛି।

ସେହିପରି କୋଭିଡ-୧୯ ନିୟମ ଓ ଗାଇଡଲାଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଏପ୍ରିଲ ୫ରୁ ୬ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ମୋଟ ୨୪୯ଟି ମାଲା ଦାଏର ହୋଇଛି। ସେଥିରେ ୨୩୩ଟି ମାମଲା ଲକଡାଉନ୍ ଉଲ୍ଲଘଂନ, ୫ଟି ଗୁଜବ ସୃଷ୍ଟି ଓ ୧୧ଟି ମାମଲା କୋଭିଡ-୧୯ ସଂକ୍ରାନ୍ତ ନିୟମାବଳୀ ଉଲ୍ଲଘଂନର ରହିଛି। ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ଭଦ୍ରକରେ ୧୯ଜଣ ଦୋକାନୀଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଅଭିଯୋଗରେ ୪୨୭ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos