ଖାଁ ଖାଁ ନିଳାମ୍ବୁ ଚିଲିକା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଚାରିଆଡେ ନୀଳ ଜଳରାଶି ।ମନମୁଗ୍ଧ କରୁଛି ବିଦେଶୀ ପକ୍ଷୀଙ୍କ କିଚିର୍ ମିଚିର୍ ଶବ୍ଦ । ସାଧାରଣତଃ ଶୀତ ଦିନରେ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ।  ଚିଲିକାର ପ୍ରାକୃତିକ ସୌନ୍ଦଯର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ  । ହେଲେ ଚଳିତ ବର୍ଷ ଏସବୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଦେଖା ନାହିଁ  । ଯେଉଁଠି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୁଏ ସେଠି କାଁ ଭାଁ ଚିଲିକାକୁ […]

6nmb

Tapas Behera
  • Published: Thursday, 24 December 2020
  • , Updated: 24 December 2020, 04:08 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଚାରିଆଡେ ନୀଳ ଜଳରାଶି ।ମନମୁଗ୍ଧ କରୁଛି ବିଦେଶୀ ପକ୍ଷୀଙ୍କ କିଚିର୍ ମିଚିର୍ ଶବ୍ଦ । ସାଧାରଣତଃ ଶୀତ ଦିନରେ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ।  ଚିଲିକାର ପ୍ରାକୃତିକ ସୌନ୍ଦଯର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ  । ହେଲେ ଚଳିତ ବର୍ଷ ଏସବୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଦେଖା ନାହିଁ  । ଯେଉଁଠି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୁଏ ସେଠି କାଁ ଭାଁ ଚିଲିକାକୁ ବୁଲିଆସୁଛନ୍ତି ଲୋକେ ।

କରୋନା ମହାମାରି ବଦଳାଇ ଦେଇଛି ଚିଲିକା ସାତପଡ଼ାର ଚିତ୍ର l ପ୍ରତିବର୍ଷ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ଏବେ ସବୁଆଡେ ଖାଁ ଖାଁ l ହାତଗଣତି କିଛି ପଯର୍ୟଟକଙ୍କ ଭରସାରେ ଚାଲିଛି ଚିଲିକା ସାତପଡ଼ାର ପଯର୍ୟଟନ ଶିଳ୍ପ। ତେବେ ଆଗକୁ ଶ୍ରୀମନ୍ଦିର ଖୋଲିବା ସହିତ ନୂଆ ବର୍ଷ ଆସୁଛି । ଏହି ସମୟରେ ଦେଶ ବିଦେଶରୁ ପର୍ଯ୍ୟଟକ ଚିଲିକାକୁ ବୁଲି ଆସିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବ୍ୟବସାୟୀ । ପ୍ରଥମେ ଫନି ଓ ଏବେ କରୋନାର ପ୍ରଭାବରେ ସାତପଡ଼ା ବ୍ୟବସାୟୀ ଓ ଡଙ୍ଗା ଚାଳକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ଆଗାମୀ ଦିନରେ ଏଥିରେ ସୁଧାର ଆସି ପାରେ ବୋଲି ସେମାନେ ଆଶାବାଦୀ ଅଛନ୍ତି।

Related story